ଜିମରେ ୱାର୍କ ଆଉଟ କରିବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ ! ନଚେତ ପୂରା ପରିଶ୍ରମ ହୋଇପାରେ ବୃଥା

49

ସୁସ୍ଥ ଶରୀର କିଏ ବା ନ ଚାହେଁ । ସୁସ୍ଥ ଶରୀର ପାଇଁ ଅନେକ କସରତ କରିବାକୁ ପଡିଥାଏ । ତେବେ ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ସାଧାରଣ ଲୋକଟିଏ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ ପାରୁନାହାନ୍ତି । କିନ୍ତୁ ଏସବୁ ଭିତରେ କିଛି ଲୋକ ଟିକିଏ ସମୟ ପାଇଲେ ଫିଟନେସ ସେଣ୍ଟର କିମ୍ବା ଜିମ୍ ସେଣ୍ଟର ଯିବାକୁ ପସନ୍ଦ କରୁଛନ୍ତି । ଏପରିିକି ଯୁବଗୋଷ୍ଠୀ ଏବେ ଦିନର ଅଧିକାଂଶ ସମୟ ଜିମ ସେଣ୍ଟରରେ କାଟୁଛନ୍ତି । ଜିମରେ ୱାର୍କ ଆଉଟ କରିବା ସମୟରେ କିମ୍ବା ପରେ କିଛି ବ୍ୟକ୍ତି ଏମିତି କିଛି କାମ କରିଥାନ୍ତି ଯାହା ଫଳରେ ଶରୀରରେ କୌଣସି ପରିବର୍ତ୍ତନ ଆସିନଥାଏ । ଶରୀରରେ ଯଦି କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଥାନ୍ତି ତେବେ ଭୁଲରେ ମଧ୍ୟ ଏମିତି କିଛି କରନ୍ତୁ ନାହିଁ ଯାହା ଆପଣଙ୍କ ପୂରା ପରିଶ୍ରମକୁ ବେକାର କରିଦିଏ ।

ସପ୍ଲିମେଣ୍ଟ : ଶରୀରରେ ଶୀଘ୍ର ପରିବର୍ତ୍ତନ ଆଣିବା ପାଇଁ ୱାର୍କ ଆଉଟ କରିବା ପରେ ସପ୍ଲିମେଣ୍ଟ ନେବା ଏକ ସାଧାରଣ କଥା । କିନ୍ତୁ ଏପରି କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ । ସପ୍ଲିମେଣ୍ଟ ଶରୀର ପାଇଁ ଆଦୌ ଭଲ ନୁହେଁ । ସପ୍ଲିମେଣ୍ଟ ବଦଳରେ ଅନ୍ୟ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ ।

କାବ୍ରୋହାଇଡ୍ରେଟ : ଜିମରେ ୱାର୍କଆଉଟ କରିବା ପରେ ପ୍ରୋଟିନ ସେବନ କରିବା ଶରୀର ପାଇଁ ବେଶ ଫାଇଦା ଦେଇଥାଏ । କିନ୍ତୁ ଜିମରେ ୱାର୍କ ଆଉଟ କରିବା ପରେ ଭୂଲରେ ମଧ୍ୟ କାବ୍ରୋହାଇଡ୍ରେଟ ମିଶିଥିବା କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ନଚେତ ହଇରାଣରେ ପଡିପାରନ୍ତି ।

cardio exerciseକାର୍ଡିଓ ଏକ୍ସରସାଇଜ : ସାଧାରଣ ଲୋକ ଜିମ ଯିବା ସହ କାର୍ଡିଓ ଏକ୍ସ୍ସରସାଇଜରୁ ନିଜର ବ୍ୟାୟାମ ଆରମ୍ଭ କରିଥାନ୍ତି । ଏହା ମଧ୍ୟ କରିବା ଉଚିତ । ୱାର୍କ ଆଉଟ କରିବା ପୂର୍ବରୁ କାର୍ଡିଓ ଏକ୍ସରସାଇଜ କରିବା ଶରୀର ପକ୍ଷେ ନିହାତି ଭାବେ ହିତକାରକ । କିନ୍ତୁ କାର୍ଡିଓ ଏକ୍ସରସାଇଜକୁ ନେଇ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ୱାର୍କ ଆଉଟ କରିବା ପରେ କାର୍ଡିଓ ଏକ୍ସରସାଇଜ କରିବା ଆଦୌ ଉଚିତ ନୁହେଁ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଆରମ୍ଭରୁ କାର୍ଡିଓ ଏକ୍ସରସାଇଜ କରିବା ପରେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।

ଷ୍ଟ୍ରେଚିଙ୍ଗ : ଅନେକ ସମୟରେ ବ୍ୟାୟାମ କରି ସାରିବା ପରେ ଶରୀରରେ ଗଭୀର ଯନ୍ତ୍ରଣା ହୋଇଥାଏ । ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ଏହି ଯନ୍ତ୍ରଣା ଉପଶମ ହେବା ସହ ଅନେକ ଲାଭ ଦେଇଥାଏ । ୱାର୍କ ଆଉଟ କିମ୍ବା କାର୍ଡିଓ ଏକ୍ସରସାଇଜ କରିବା ପରେ ଷ୍ଟ୍ରେଚିଙ୍ଗ କରିବା ଆବଶ୍ୟକ । ଏହାଦ୍ୱାରା ଶରୀରରେ ଯନ୍ତ୍ରଣା କମି ଯାଇଥାଏ ।

sports drinkସ୍ପୋର୍ଟସ ଡ୍ରିଙ୍କ : ଜିମରେ ବ୍ୟାୟାମ କରିବା ପରେ ଶରୀରରେ ଇଲୋକ୍ଟ୍ରୋଲାଇଟସର ମାତ୍ରା କମ ରହିଥାଏ । ତେଣୁ ଏହାର ଭରଣା କରିବା ପାଇଁ ଅନେକ ଲୋକ ସ୍ପୋର୍ଟସ ଡ୍ରିଙ୍କ ପିଇଥାନ୍ତି । ସ୍ପୋର୍ଟସ ଡ୍ରିଙ୍କ ଶରୀରରେ ଇଲୋକ୍ଟ୍ରୋଲାଇଟସର ମାତ୍ରା ବଢାଇଥାଏ । କିନ୍ତୁ ଏଥିରେ ଥିବା ସୁଗାରର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରରେ ଅତିରିକ୍ତ କ୍ୟାଲୋରୀ ସୃଷ୍ଟି କରିଥାଏ । ତେଣୁ ସ୍ପୋର୍ଟସ ଡ୍ରିଙ୍କ ବଦଳରେ ନଡିଆ ପାଣି ପିଇବା ଶରୀର ପକ୍ଷେ ହିତକାରକ ହୋଇଥାଏ ।

କ୍ୟାଲୋରୀ ହ୍ରାସ : କିଛି ଲୋକ ୱାର୍କ ଆଉଟ କରିବା ପରେ କ୍ୟାଲୋରୀ କେତେ ପରିମାଣରେ ହ୍ରାସ ପାଇଛି ସେସବୁକୁ ଲକ୍ଷ୍ୟ କରି ଜଙ୍ଗ ଫୁଡ ଓ ଅନ୍ୟ ଖାଦ୍ୟ ଖାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକାରକ ନୁହେଁ ।ଏହାଦ୍ୱାରା ଶରୀରର ଓଜନ ଅଧିକ ବୃଦ୍ଧି ପାଇଥାଏ ।