କନକ ବ୍ୟୁରୋ : ଭୂତ ପାଇଁ ଆଶ୍ରମ ଖାଲି। ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ବିଚିତ୍ର ଦୃଶ୍ୟ। ଭୂତ ଭୟରେ ଖାଲି ହୋଇଯାଇଛି ଆଶ୍ରମ ବିଦ୍ୟାଳୟ। ରାତିରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଯିବା ପରେ ଆଶ୍ରମ ବିଦ୍ୟାଳୟରୁ ଛାତ୍ରୀଙ୍କୁ ସ୍ଥାନାନ୍ତର କରିଛି ସ୍କୁଲ କର୍ତ୍ତୃପକ୍ଷ। କଦମଗୁଡା ଆଶ୍ରମ ବିଦ୍ୟାଳୟରେ ୬୪ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିଲେ। ଗାଁରେ ବୈଠକ ପରେ ହଷ୍ଟେଲରେ ପୂଜାପାଠ କରିବା ପରେ ଛାତ୍ରୀଙ୍କୁ ପୁଣି ଥରେ ଆଶ୍ରମ ବିଦ୍ୟାଳୟକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ଗ୍ରାମବାସୀ ଓ ପ୍ରଧାନଶିକ୍ଷକ ।
ଖଇରପୁଟ କଦମଗୁଡା ଆଶ୍ରମ ସ୍କୁଲରେ ଭୂତ ଭୟ । ୫ ଛାତ୍ରୀ ଅସୁସ୍ଥ ହେବା ପରେ ସମସ୍ତ ଛାତ୍ରୀଙ୍କୁ ସ୍ଥାନାନ୍ତର
/kanak/media/post_attachments/wp-content/uploads/2024/08/10-22.jpg)