କନକ ବ୍ୟୁରୋ : ‘ଫନି’ ବାତ୍ୟାରେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାରେ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ ସଦସ୍ୟଙ୍କ ଭିତରୁ ୮ଜଣ ସଦସ୍ୟ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସ୍ଥାନୀୟ ଏକ ହୋଟେଲରେ ରାତ୍ରିଯାପନ କରିଛନ୍ତି। ବାକି ୩ ଜଣ ସଦସ୍ୟ ଭୁବନେଶ୍ବରରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତରର ଅଧିକାରୀ ସାମିଲ ଅଛନ୍ତି। ସକାଳ ୮ଟା ୪୫ ମିନିଟରୁ ୯ଟା ୧୫ ମିନିଟ ଭିତରେ ସ୍ବତନ୍ତ୍ର ରିଲିଫ କମିସନର ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଅବଗତ କରିବା ପରେ କେନ୍ଦ୍ରୀୟ ଟିମ ଦୁଇଟି ଦଳରେ ଭାଗ ହୋଇ ପୁରୀ ଓ ଖୋର୍ଦ୍ଧା ପରିଦର୍ଶନ କରିବାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ‘ଏ’ ଟିମରେ ୫ ଜଣ ସଦସ୍ୟ ଥିବାବେଳେ ‘ବି’ ଟିମରେ ୬ ଜଣ ସଦସ୍ୟ ଅଛନ୍ତି।
/kanak/media/post_attachments/wp-content/uploads/2019/05/m19-f.jpg)
/kanak/media/post_attachments/wp-content/uploads/2019/05/g.jpeg)
ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏସଆରସିଙ୍କଠୁ ଅବଗତ ହେବା ପରେ ‘ବି’ ଟିମ୍ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିବ। ସନ୍ଧ୍ୟାରେ ଉଭୟ ଟିମ ଭୁବନେଶ୍ବର ଫେରି ଆସି ରାତ୍ରିଯାପନ କରିବେ। ୧୪ ତାରିଖ ଦିନ ‘ଏ’ ଟିମ୍ କଟକ ଜିଲ୍ଲା ଗସ୍ତ କରିବା ସହିତ ‘ବି’ ଟିମ ସଦସ୍ୟ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ। ପରଦିନ ଅର୍ଥାତ ୧୫ ତାରିଖ ଦିନ କେନ୍ଦ୍ରୀୟ ଟିମର ୧୧ ଜଣିଆ ସଦସ୍ୟ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେହିଦିନ ଅପରାହ୍ନରେ ବାହାରୁ ଆସିଥିବା ସଦସ୍ୟମାନେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।