ନିର୍ବାଚନ ପାଇଁ ମାଲକାନଗିରିରେ ସ୍ୱତନ୍ତ୍ର ପ୍ରସ୍ତୁତି ! ଗୋଟିଏ ସ୍ଥାନରେ ୧୦ଟି ବୁଥ୍, ସୁରକ୍ଷା ପାଇଁ ୨ ହେଲିକପ୍ଟର ହେବେ ନିୟୋଜିତ

କିଛି ସମୟ ପରେ ଆରମ୍ଭ ହୋଇଯିବ ପ୍ରଥମ ପର୍ଯ୍ୟାୟ ମତଦାନ ! ୪ ଲୋକସଭା, ୨୮ ବିଧାନସଭାରେ ହେବ ନିର୍ବାଚନ, ମୈଦାନରେ ଅଛନ୍ତି ମୋଟ ୨୧୭ ପ୍ରାର୍ଥୀ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଚ୍ଛିନ୍ନାଞ୍ଚଳରେ ଗୋଟିଏ ସ୍ଥାନରେ ୧୦ଟି ବୁଥ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୧୭ ମସିହାରେ ନକ୍ସଲଙ୍କ ବାରମ୍ବାର ଚେତାବନୀ ଯୋଗୁଁ ପଞ୍ଚାୟତ ନିର୍ବାଚନ ଚିତ୍ରକୋଣ୍ଡା ବ୍ଲକରେ ହୋଇପାରି ନଥିଲା। କିନ୍ତୁ ବର୍ତମାନ ବିଚ୍ଛିନ୍ନାଞ୍ଚଳରେ ଅନେକ ପରିବର୍ତନ ହୋଇଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲଙ୍କ ସକ୍ରିୟତା ପୂର୍ବ ଅପେକ୍ଷା ଯଥେଷ୍ଟ କମିଛି। ତେଣୁ ବିନା ବାଧାରେ ନିର୍ବାଚନ ସଂପନ୍ନ ହେବ ହେବ ବୋଲି ପ୍ରଶାସନ ଆଶା କରୁଛି।

publive-imageତଥାପି ମାଓବାଦୀ ହିଂସା ଘଟାଇବା ସମ୍ଭାବନା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ମତଦାନ କେନ୍ଦ୍ର ଗୁଡ଼ିକରେ ବି ସାମାନ୍ୟ ପରିବର୍ତନ କରାଯାଇଛି। ଯେମିତି ବିଚ୍ଛିନ୍ନାଞ୍ଚଳର ଗୋଟିଏ ଗୋଟିଏ ସ୍ଥାନରେ ୧୦ଟି ଲେଖାଏଁ ବୁଥ୍ ହେବ। ବିଶେଷକରି ଯଡାମ୍ବରେ ଗୋଟିଏ ସ୍ଥାନରେ ୧୦ଟି ବୁଥ ହେବ। ଆଖ ପାଖର ଗାଁ ଗୁଡିକକୁ ନେଇ ବୁଥ ନମ୍ବର ଦିଆଯାଇଛି। ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତରେ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ବୁଥ ରହିଥିବା ବେଳେ ପ୍ରାୟ ଦୁର୍ଗମ ବୁଥ ଗୁଡିକକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ସେହିପରି ମାଥିଲି ବ୍ଲକର ମଧ୍ୟ ମହୁପଦର ଠାରେ ୧୦ଟି ବୁଥ ଗୋଟିଏ ସ୍ଥାନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe