ହଷ୍ଟେଲକୁ ପାଣି ନଆସିବାରୁ କଲେଜ ବନ୍ଦ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ, ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ

249

କନକ ବ୍ୟୁରୋ : ପାଣି ପାଇଁ କଲେଜ ବନ୍ଦ । ହଷ୍ଟେଲରେ ପାଣି ନଆସିବାରୁ ସମସ୍ତ ଛାତ୍ରୀ ଗରା ବାଲଟି ଧରି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ୪ଟି ହଷ୍ଟେଲରେ ଗତ ଦୁଇ ମାସରୁ ଅଧିକ ସମୟ ଧରି ଠିକ୍ ଭାବେ ପାଣି ଯୋଗାଣ ହେଉନାହିଁ । ଏପରିକି ଗତ ୪ଦିନ ହେଲା ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଫଳରେ ହଷ୍ଟେଲରେ ରହୁଥିବା ଛାତ୍ରୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି କଲେଜ ଘେରାଓ କରିବା ସହ ପ୍ରବେଶ ଦ୍ୱାରରେ ବସି କଲେଜ ବନ୍ଦ କରିଛନ୍ତି । ଆନ୍ଦୋଳନରତ ଛାତ୍ରୀଙ୍କ ସହ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ । ଛାତ୍ରୀଙ୍କ ସହ କଲେଜ ସମ୍ମୁଖରେ ବସି ପ୍ରତିବାଦ କରିଛନ୍ତି ବିଧାୟିକା ।