କନକ ବ୍ୟୁରୋ :  ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ  । ଘର ଖଣ୍ଡିଏ ପାଇଁ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ୧୫ କିଲୋମିଟର ବାଟ ଚାଲି ଚାଲି ବ୍ଲକ ଅଫିସରେ ପହଂଚିଛନ୍ତି ଡେଲାଙ୍ଗ ଚାଇଁପୁର ପଂଚାୟତ ରତାପଡ଼ା ଗାଁର କଳ୍ପନା ମଲ୍ଲିକ । ଫନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଆବାସ ଯୋଜନାରେ ବାନାମ୍ବରଙ୍କ ନାଁ ଅନ୍ତର୍ଭୁକ୍ତ ହୋଇଛି  । ଘର କରିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଅଗ୍ରୀମ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ହେଲେ ବାନାମ୍ବରଙ୍କ ବ୍ୟାଙ୍କ ଆକାଉଂଟକୁ ହୋଲ୍ଡ କରିଦେଇଛନ୍ତି ବ୍ଲକ ପ୍ରଶାସନ୍ । ତେଣୁ ଆକାଉଂଟକୁ ସଚଳ କରିବା ପାଇଁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ତିନିଚକିଆ ସାଇକେଲରେ ବସାଇ ଏ ଅଫିସରୁ ସେ ଅଫିସ ଦୌଡ଼ୁଛନ୍ତି ପତ୍ନୀ କଳ୍ପନା ମଲ୍ଲିକ ।

Advertisment

ଝାଟି ମାଟିର  ଘରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ । ଘର କରିବା ପାଇଁ ଦୋକନାରୁ ବାକିରେ ବାଲି, ଗୋଡ଼ି, ପଥର, ସିମେଂଟ କିଣିଛନ୍ତି ବାନାମ୍ବର । ହେଲେ ବ୍ୟାଙ୍କରେ ୪୦ ହଜର ଟଙ୍କା ହୋଲ୍ଡ ହୋଇ ରହିଥିବାରୁ ଏହାକୁ ସୁଝିବା ଏବେ କଷ୍ଟକର ହୋଇପଡ଼ିଛି । ଏପଟେ ଅର୍ଥ ଅଭାବରୁ ଘରକୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ନାହିଁ । ଡିବିରି ଆଲୁଅର ଚଳୁଛନ୍ତି ପରିବାର ।

ଖୁବ୍ ଶିଘ୍ର ଦିବ୍ୟାଙ୍ଗ ବାନାମ୍ବରଙ୍କ ଆକାଉଂଟ ସଚଳ କରିବା ସହ ଅବଶିଷ୍ଟ ଅନୁଦାନ ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।