ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।

Advertisment
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।

କନକ ବ୍ୟୁରୋ : ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ। ନିକଟରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ମାଧ୍ୟମରେ ଜାଣିବାକୁ ଚାହିଥିଲେ ଯେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ କି ନୁହେଁ ? ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ଲେଖି ଜଣାଇ ଦିଆଗଲା କି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ।

ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚାଇ ଦିଆଯାଇଛି କି ପୂର୍ବରୁ ଏକ ସକୁର୍ଲାର ଜାରି କରାଯାଇ ଏ ସଂପର୍କରେ ସ୍ପଷ୍ଟ କରାଯାଇଥିଲା। ଦେଶରେ କେନ୍ଦ୍ରୀୟ ଆଇନ୍ ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥ ଆଣ୍ଡ ଡେଥ୍,୧୯୬୯‌ ଅନୁସାରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ କରାଯାଇଥାଏ। ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହୋଇଥାଏ। ମାତ୍ର ଏଥିଲାଗି ଆଧାର ବାଧ୍ୟତାମୂଳକ ବୋଲି କୌଣସି ଠାରେ ଉଲ୍ଲେଖ ନାହିଁ। ଗୃହ ମନ୍ତ୍ରାଳ‌ୟ ପକ୍ଷରୁ ଜାରି ସକୁର୍ଲାରରେ ଏହା କୁହାଯାଇଛି। ମନ୍ତ୍ରାଳୟର ୱେସାଇଟରେ ମଧ୍ୟ ଏ ସଂପର୍କିତ ବିଜ୍ଞପ୍ତି ସ୍ଥାନ ପାଇଛି।

ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟଳୟଙ୍କର ୨୦୧୮ ସେପ୍ଟେମ୍ବର ୨୯ ତାରିଖରେ ଏକ ରାୟରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ସ୍ଥାନୀୟ ପଞ୍ଜୀକରଣ କର୍ତ୍ତୃପକ୍ଷମାନଙ୍କୁ ସୂଚିତ କରାଯାଉ ଯେ ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର ପାଇଁ ଅଧାର ବାଧ୍ୟତାମୂଳକ ନୁହେଁ। ଅନ୍ୟ ପ୍ରମାଣପତ୍ର ପରି ଜଣେ ଚାହିଁଲେ ଆଧାରକୁ ଦେଇପାରନ୍ତି, କିନ୍ତୁ ଏହା ସଂପୂର୍ଣ୍ଣ ଇଚ୍ଛାଧୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe