ବାହାନଗା ପାଇଁ ୨କୋଟି ଟଙ୍କା ଦେବାକୁ ଘୋଷଣା କଲେ ରେଳମନ୍ତ୍ରୀ । ବାହାନଗାର ବିକାଶ ପାଇଁ ଖର୍ଚ୍ଚ ହେବ ୧କୋଟି, ହସ୍ପିଟାଲ ବିକାଶ ପାଇଁ ଖର୍ଚ୍ଚ ହେବ ୧କୋଟି

282

କନକ ବ୍ୟୁରୋ : ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମଙ୍ଗଳବାର ବାହାନଗା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଅର୍ଥ ବାହାନଗା ମେଡିକାଲ ଓ ଗାଁର ବିକାଶରେ ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ, ବାହାନଗା ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟ୍ରେନ୍ ଦୁର୍ଘଟଣା ବେଳେ ବାହାନଗାବାସୀ ଯେଉଁଭଳି ସହଯୋଗ ଓ ସହାୟତା କରିଥିଲେ, ତାହା ସବୁଠି ପ୍ରଶଂସାର ପାତ୍ର ହୋଇଥିବା ରେଳମନ୍ତ୍ରୀ କହିଛନ୍ତି । ଏହାସହ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଆହତଙ୍କୁ ରକ୍ତଦାନ ଭଳି ସମସ୍ତ ସେବା ଯୋଗାଇଥିବା ମେଡିକାଲ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବାଲେଶ୍ୱରବାସୀଙ୍କ ଋଣ କେବେ ସୁଝି ହେବ ନାହିଁ ବୋଲି ସେ କହିଛନ୍ତି ।