ସପ୍ତମ ତଥା ଶେଷ ଚରଣ ପାଇଁ କମ୍ପୁଛି ପ୍ରଚାର ମଇଦାନ । ହିମାଚଳରେ ମୋଦୀଙ୍କ ରାଲି,ବିହାରରେ ଶାହାଙ୍କ ଗର୍ଜନ

Advertisment
ସପ୍ତମ ତଥା ଶେଷ ଚରଣ ପାଇଁ କମ୍ପୁଛି ପ୍ରଚାର ମଇଦାନ । ହିମାଚଳରେ ମୋଦୀଙ୍କ ରାଲି,ବିହାରରେ ଶାହାଙ୍କ ଗର୍ଜନ

କନକ ବ୍ୟୁରୋ : ଜୁନ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମତଦାନ ହେବ । ଏନେଇ କମ୍ପୁଛି ପ୍ରଚାର ମଇଦାନ । ଦଳଗୁଡିକ ନିଜ ନିଜର ହେଭିୱେଟ ଚେହେରାଙ୍କୁ ନେଇ ଜୋରଦାର ପ୍ରଚାର କରୁଛନ୍ତି । ହିମାଚଳପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ, ବିହାରରେ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଆଜି ଜୋରଦାର ପ୍ରଚାର କରିଛନ୍ତି ।

କେବଳ ନିର୍ବାଚନ ମଇଦାନରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ହେଉଛି ବୟାନବାଜୀ । ଆରୋପ ପ୍ରତ୍ୟାରୋପ । ପରମ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ଭଳିକି ଭଳି ଭିଡିଓ ଏବଂ ଫଟୋ ପୋଷ୍ଟ କରି ପରସ୍ପର ଉପରେ ମାଳମାଳ ଅଭିଯୋଗ ଲଦୁଛନ୍ତି ।ଏହି କ୍ରମରେ ଶୁକ୍ରବାର ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ବିଜେପି ଓ କଂଗ୍ରେସଙ୍କ ଅଭିଯୋଗ ଭରା ଭିଡିଓ ଚର୍ଚ୍ଚା ସାଉଁଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe