୩ଦଳ ପାଇଁ ବାଲେଶ୍ୱର ପାଲଟିଛି ସମ୍ମାନର ପ୍ରଶ୍ନ : ଘରକୁ ଘର ବୁଲି କରୁଛନ୍ତି ପ୍ରଚାର, ଉପନିର୍ବାଚନ ବାଜିରେ..କିଏ ଜିତିବ..କିଏ ହାରିବ ?

ବିଜେଡିର ଦାବି ୩୫ ହଜାରରେ ଜିତିବୁ; ବିଜେପି ଓ କଂଗ୍ରେସ ବି ନିଜ ସପକ୍ଷରେ କଲେ ଦାବି

572

କନକ ବ୍ୟୁରୋ : ବାଲେଶ୍ୱରରେ ଜମୁଛି ପ୍ରଚାର । ୩ଟି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି କଡା ଟକ୍କର । ଭୋଟ ୩ ତାରିଖରେ ହେବାକୁ ଥିବାବେଳେ ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ବାଲେଶ୍ୱର ସଦର ପାଇଁ ଜମୁଛି ପ୍ରଚାର । ୩ ଦଳର ନେତା ବର୍ତ୍ତମାନ ଭୋଟର ମୁହାଁ ହୋଇଛନ୍ତି । ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ । ସବୁ ଦଳ ବିକାଶକୁ ପ୍ରସଙ୍ଗ କରି ପ୍ରଚାର ଚଳାଇଛନ୍ତି ।

ବିଜେପି ପ୍ରଚାରରେ ସାମିଲ ହୋଇଛନ୍ତି ଖାରବେଳ ସ୍ୱାଇଁ ।ବାଲେଶ୍ୱରରେ ଡେରା ପକାଇଛନ୍ତି ମନ୍ତ୍ରୀ, ବିଧାୟକଙ୍କ ସହ ଦଳର ତୁଙ୍ଗ ନେତା । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ନିଜେ ମୈଦାନକୁ ଓହ୍ଲାଇ ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି । ସେପଟେ ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ ।

୨୩ରୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ସେ ପ୍ରଚାର କରିବେ । ୨୩ରେ ତିର୍ତ୍ତୋଲରେ ରୋଡ ଶୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସେ କିଛି ବୈଠକ କରିବେ । ପରେ ୨୪ରେ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏହାପରେ ଅନ୍ୟ ଷ୍ଟାର ପ୍ରଚାରକ ମୈଦାକୁ ଓହ୍ଲାଇବେ ।