ଯୁକ୍ତ-୨ ପିଲାଙ୍କ ପାଇଁ ବଡ ଖବର, ଘୁଞ୍ଚିଲା ନାମଲେଖା ନିମନ୍ତେ ଆବେଦନ ତାରିଖ

546

କନକ ବ୍ୟୁରୋ : ଯୁକ୍ତ -୨ ନାମଲେଖା ନେଇ ବଡ ଖବର ଆସିଛି । ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ୨୦/୦୬/୨୦୨୩ ପରିବର୍ତ୍ତେ ୨୬/୦୬/୨୦୨୩ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତିା ଏହି ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୦୨/୦୭/୨୦୨୩ ଦିନ ପ୍ରକାଶ ପାଇବା ପ୍ରଥମ ପର୍ଯ୍ୟାୟ ଆଡମିସନ୍ ଯଥାକ୍ରମେ ୦୩/୦୭/୨୦୨୩ରୁ ଆରମ୍ଭ ହୋଇ ୦୮/୦୭/୨୦୨୩ ମଧ୍ୟରେ ସଂପାଦନ କରାଯିବା ଦ୍ୱିତୀୟ ମେଧା ତାଲିକା ୧୬/୦୭/୨୦୨୩ ପ୍ରକାଶ କରାଯିବା ସହିତ ଏହାର ଆଡମିଶନ୍ ପ୍ରକ୍ରିୟା ୧୯/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବା ସେହିପରି ଅନ୍‌ଲାଇନ୍‌ ସ୍ପଟ୍ ଚୟନ ଆଡମିସନ ପ୍ରକ୍ରିୟା ୧୭/୦୭/୨୦୨୩ରୁ ଆରମ୍ଭ କରାଯାଇ ୨୭/୦୭/୨୦୨୩ ସୁଦ୍ଧା ସଂପାଦନ କରାଯିବା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯/୦୭/୨୦୨୩ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବା ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତିା