ମହାମାରୀ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ, ଚୁପ୍ ବସିଛି ପୋଲିସ ଓ ପ୍ରଶାସନ ।

58

କନକ ବ୍ୟୁରୋ : ଖେଳ ଆଗ ଜୀବନ ପଛ । ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ମହାମାରୀ କରୋନାର ମାରାତ୍ମକ ସଂକ୍ରମଣ ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ । ଆଉ ଖେଳକୁ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ ।

ମହାମାରୀ କରୋନା ଯେଉଁଠି ଦିନକୁ ଦିନ ଦ୍ରୁତ ବେଗରେ ତାର କାୟା ମେଲାଉଛି । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଆଉ ସ୍ଥିତି ଯେପରି ଆଗକୁ ବିଗିଡି ନଯାଏ ସେଥିପାଇଁ  ସଂକ୍ରମଣର ଚେନ ଭାଙ୍ଗିବାକୁ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ହେଲେ ଏଭଳି ସାଂଘାତିକ ପରିସ୍ଥିତିରେ ଲୋକଙ୍କ ଜୀବନରୁ ବାଜିରେ ଲଗାଇ ଚାଲିଛି ଫୁଟବଲ ଖେଳ ।

ସବୁଠାରୁ ସାଂଘାତିକ କଥା ହେଉଛି ଶହ ଶହ ଲୋକଙ୍କ ଗହଳିରେ ଫୁଟବଲ ଖେଳ ହେଉଛି, ସାମାଜିକ ଦୂରତାକୁ ଫୁ କରି ଉଡାଇ ଦିଆଯାଇଛି । ମୁହଁରେ ମାସ୍କ ନାହିଁ ତଥାପି ନିରବ ହୋଇ ବସି ରହିଛି ପୋଲିସ ଓ ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ନେବାକୁ ସତେ ଯେପରି ସାହସ ଜୁଟାଇ ପାରୁନି । ଗୋଟିଏ ପଟେ ଲକଡାଉନ ନିୟମ ଭାଙ୍ଗି ରାସ୍ତାକୁ ବାହାରିଲେ ପୋଲିସ ଫାଇନ କାଟୁଛି ସେତେବେଳେ ଶହ ଶହ ଲୋକ ଏକାଠି ହେଲେ ପୋଲିସ କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।