ଭାରତୀୟ ଫୁଟବଲରେ ଛେତ୍ରୀ ଯୁଗ ଶେଷ । ଫୁଟବଲକୁ ବାଏ ବାଏ କହିଲେ କିମ୍ବଦନ୍ତୀ ଫୁଟବଲର ସୁନୀଲ ଛେତ୍ରୀ

69

କନକ ବ୍ୟୁରୋ: ଭାରତୀୟ ଫୁଟବଲରେ ଛେତ୍ରୀ ଯୁଗ ଶେଷ । ଫୁଟବଲକୁ ବାଏ ବାଏ କହିଲେ କିମ୍ବଦନ୍ତୀ ଫୁଟବଲର ସୁନୀଲ ଛେତ୍ରୀ । ଗୁରୁବାର କୁଏତ ବିପକ୍ଷ ଶେଷ ମ୍ୟାଚ୍ ଖେଳି ନିଜର ୧୯ ବର୍ଷର କ୍ୟାରିୟରର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ନିଜର ବିଦାୟୀ ମ୍ୟାଚରେ ଖୁବ୍ ଭାବବିହ୍ୱଳ ହୋଇଥିଲେ ସୁନୀଲ । ପୂରା ଷ୍ଟାଡିୟମ ଛେତ୍ରୀ ଛେତ୍ରୀ ଧ୍ୱନୀରେ କମ୍ପି ଉଠିଥିଲା । ଅଧିନାୟକ ଭାବେ ନିଜର ମ୍ୟାଚ୍ ଜିତିବା ପାଇଁ ପୂରା ଜୋର ଲଗାଇ ଦେଇଥିଲେ । କିନ୍ତୁ କୁଏତ ମଧ୍ୟ ଭାରତକୁ କଡ଼ା ଟକ୍କର ଦେଇଥିଲା ଏବଂ ଶେଷରେ ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା । ୩୯ ବର୍ଷ ବୟସରେ ଅବସର ନେଇଥିବା ଛେତ୍ରୀ ଭାରତ ପକ୍ଷରୁ ୧୫୨ ମ୍ୟାଚ୍ ଖେଳି କରିଛନ୍ତି ୯୨ ଗୋଲ୍ । ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ମାରିବାରେ ବିଶ୍ୱର ଚତୁର୍ଥ ଖେଳାଳି ହେଉଛନ୍ତି ଛେତ୍ରୀ । ତାଙ୍କର ଅବସର ଭାରତୀୟ ଫୁଟବଲରେ ସ୍ୱର୍ଣ୍ଣିମ ଅଧ୍ୟାୟ ଶେଷ ହୋଇଛି ।