କନକ ବ୍ୟୁରୋ: ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଗୋଟିଏ ଗାଁ ସିସୋଲ ବୁଜୁର୍ଗ । ଏହି ଗାଁରୁ ଫୁଟବଲର ଅନେକ ଷ୍ଟାର ସୃଷ୍ଟି ହୋଇନାହାନ୍ତ କିନ୍ତୁ.  ଗାଁର ଭାଗ୍ୟ ବଦଳାଇବାରେ ପୁଟବଲର ବଡ ଭୂମିକା ରହିଛି । ଏଠାରେ କେହି ଫୁଟବଲ ଖେଳ ଜାଣନ୍ତିନାହିଁ ତେବେ, ଫୁଟବଲ ତିଆରି କରିବାରେ ସମସ୍ତେ ମାହିର । ୩ ହଜାର ପରିବାର ଥିବା ଏହି ଗାଁରେ ପ୍ରତ୍ୟେକ ଘର ଫୁଟବଲ ତିଆରି କରାଯାଇଥାଏ । ଏଠାରେ କେହି ବେରୋଜଗାର ନାହାନ୍ତି । ଫୁଟବଲ ତିଆରି ଯୋଗୁ ଏଠାକାର କୌଣସି ବ୍ୟକ୍ତି ଅନ୍ୟ କେଉଁଠାକୁ ଯାଇନଥାନ୍ତି ।

Advertisment

ସୂଚନା ଅନୁସାରେ ଏଠାରେ ୪୦ ବର୍ଷରୁ ଅଧିକ ସମୟ ଧରି ଲୋକେ ଫୁଟବଲ ତିଆରି କରିଆସୁଛନ୍ତି । ପ୍ରଥମେ ପ୍ରଥମେ ୪ରୁ ୫ ଜଣ ଫୁଟବଲ ତିଆରି ଆରମ୍ଭ କରିଥିଲେ । ଧିରେ ଧିରେ ତାଙ୍କର ଏହି କାମ ରୋଜଗାରର ରୂପ ନେଇଥିଲା । ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଅର୍ଡର ମିଳିବା ଆରମ୍ଭ ହୋଇଗଲା । ବଜାରରେ ମଧ୍ୟ ତାଙ୍କ ଫୁଟବଲର ଚାହିଦା ବଢିବାରେ ଲାଗିଲା । ଆଉ ସେବେଠାରୁ ଆଜି ଯାଏ ସମସ୍ତେ ଫୁଟବଲ ତିଆରି ଜାରିରଖିଛନ୍ତି ।

ସିସୋଲା ବୁଜୁର୍ଗ ଗାଁରେ ପ୍ରତ୍ୟେକ ବର୍ଷ ୧୧ଲକ୍ଷରୁ ଅଧିକ ଫୁଟବଲ ପ୍ରସ୍ତୁତ ହୋଇଥାଏ । ଗାଁର ଜଣେ ମହିଳା କହିଛନ୍ତି ୨୦ ବର୍ଷରୁ ଅଧିକ ସମୟ ଧରି ସେ ଫୁଟବଲ ନିର୍ମାଣ କରିଆସୁଛନ୍ତି । ଚମଡା ସିଲେଇ କରିବା ସହ କାଟିବାରେ ମାହିର ଜଣେ ଛାତ୍ରୀ କହିଛନ୍ତି ଏହା ଫସଲ ଭଳି ଏଥିରେ ତୁରନ୍ତ କାମ ହେବା ସହ ତୁରନ୍ତ ଟଙ୍କା ମିଳିଯାଇଥାଏ । ଚାଷ ଠାରୁ ବେସି ଏଥିରେ ଟଙ୍କା ଉପାର୍ଜନ ହୋଇପାରୁଛି । ଏହା କରି ଆମେ ଆମ ପାଠପଢା ଖର୍ଚ୍ଚ ବହନ କରିପାରୁଛୁ । ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଫୁଟବଲ ତିଆରି କରି ନିଜର କଲେଜ ଖର୍ଚ୍ଚ ବହନ କରୁଛନ୍ତି । ଏହା ହିଁ କାରଣ ଯେ ଗାଁର ଲୋକେ ଅନ୍ୟ କୌଣସି କାମ ନକରି ଫୁଟବଲ ନିର୍ମାଣ କରି ନିଜର ପ୍ରତିପୋଷଣ କରୁଛନ୍ତି ।

ପ୍ରତ୍ୟେକ ଦିନ ପାଖାପାଖି ୩ ହଜାରରୁ ଅଧିକ ଫୁଟବଲ ଏହି ଗାଁରେ ପ୍ରସ୍ତୁତ ହୋଇଥାଏ । ପ୍ରତ୍ୟେକ ପରିବାରର ୫ରୁ ୬ ଫୁଟବଲ ତିଆରି କରିଥାନ୍ତି । ଗାଁର ମୁଖିଆଙ୍କ କହିବା କଥା ଫୁଟବଲ ତିଆରି କରିବା ଦ୍ୱାରା ବାର୍ଷିକ ୩ କୋଟି ଟଙ୍କା ରୋଜଗାର ହେଉଛି ।