କନକ ବ୍ୟୁରୋ: ଗୁଳି ଫୁଟାଇ ବ୍ୟାଙ୍କରୁ ଲୁଟ୍ । ବଡଧରଣର ଲୁଟ ଘଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଆଉ ସମସ୍ତ ଲୁଟର ଚିତ୍ର ସିସିଟିଭରେ କଏଦ ହୋଇଛି । ଦିନ ଦିପହରରେ ବ୍ୟାଙ୍କରୁ ହୋଇଥିବା ଲୁଟର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଢେଙ୍କାନାଳ ମହାବିରୋଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖ।।ରେ ଦ୍ୱିପ୍ରହର ସମୟରେ କିଛି ଦୁର୍ବୃତ୍ତ ହଠାତ୍ ପଶିଥିଲେ । ମଧ୍ୟାହ୍ନ ସମୟରେ ୪ ଦୁର୍ବୃତ୍ତ ଗୁଳିଫୁଟାଇ ବ୍ୟାଙ୍କରୁ ୬ଲକ୍ଷ ଟଙ୍କା ସହ ୪ଟି ସୁନାଗହଣା ଭର୍ତି ବାକ୍ସ ଲୁଟି ନେଇ ଫେରାର ହୋଇଯାଇଛନ୍ତି ।
ଘଟଣାସ୍ଥଳରେ ପୁଲିସ ଖବର ପାଇ ଛାନଭିନ୍ ଆରମ୍ଭ କରିଛି । ତେବେ ସବୁଠୁ ବଡ଼କଥା ହେଲା ବ୍ୟାଙ୍କ ପାଖରେ ମହାବିରୋଡ ଫାଣ୍ଡି ରହିଛି । ହେଲେ ଥାନା ତିଆରି ହେବାରେ ମାସେ ନପୁରୁଣୁ ଏହି ଲୁଟପାଟ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/7-4.jpg)