ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିଲେ,ଏହି ୫ ଟି ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତୁ ।

ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିଲେ,ଏହି ୫ ଟି ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତୁ ।

source : Pinterest

ବ୍ୟସ୍ତବହୁଳ ଜୀବନରେ ଚିନ୍ତାରେ ରହିବା ଓ ନିଦ ନହେବା ଏକ ସାଧାରଣ ସମାସ୍ୟା ହୋଇଗଲାଣି। ଆପଣଙ୍କୁ ବି ଯଦି ଅନିଦ୍ରା ସମସ୍ୟା ଦେଖା ଦେଉଛି ତେବେ ଏମିତି କିଛି ଖାଦ୍ୟ ପଦାର୍ଥର ସେବନ କରନ୍ତୁ ଯଦ୍ୱାରା ରାତିରେ ଭଲ ନିଦ ହୋଇପାରିବ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ସୁନିଦ୍ରା ଆସିଥାଏ।

publive-image

କ୍ଷୀର:

ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ। ଦୁଗ୍ଧରେ ଥିବା ଏସିଡ୍ ଟ୍ରିପଟୋଫେନ୍ ମସ୍ତିଷ୍କରେ ରସାୟନ ମେରୋଟୋନିନ୍ ପାଇଁ ବରଦାନ ସଦୃଶ୍ୟ ପାଲଟି ଥାଏ। ଟ୍ରିପଟୋଫେନ୍ ଓ ମେରୋଟୋନିନ୍ ସାହାଯ୍ୟରେ ରାତିରେ ଭଲ ନିଦ ହୋଇଥାଏ।

ଛେନା:

ଛେନା ସ୍ୱାସ୍ଥ୍ୟପକ୍ଷେ ବେଶ୍ ଲାଭଦାୟକ ହୋଇଥାଏ। ରାତିରେ ଭଲ ନିଦ୍ରା ପାଇଁ ଆପଣ ପ୍ରତିଦିନ ଖାଦ୍ୟରେ ଛେନାକୁ ସାମିଲ କରନ୍ତୁ। ମନେ ରଖନ୍ତୁ ଅତ୍ୟଧିକ ଛେନା ଖାଇଲେ ବି ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ। ଛେନା କ୍ୟାଲସିୟମ୍ର ଏକ ଉତ୍କୃଷ୍ଟ ସ୍ରୋତ ହୋଇଥାଏ। ଏହା ସେରୋଟୋନିନ୍ ଉତ୍ପାଦ ଅଧିକ କରିଥାଏ। ଯାହା ଭଲ ନିଦ ହେବାର ସହାୟକ ହୋଇଥାଏ।

ମାଛ:

ମାଛରେ ପ୍ରଚୁର ପରିମାଣର ପ୍ରୋଟିନ୍, ଟ୍ରିପଟୋଫେନ, ଓମେଗା-୩ ଓ ଭଟିମିନ୍ ମହଜୁଦ ରହିଥାଏ। ତେଣୁ ଆପଣ ଯେଉଁ ବାରମାନଙ୍କରେ ଆମିଷ ଖାଉଛନ୍ତି ସେହି ଦିନରେ ମାଛକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ମାଛ ଖାଇବା ଦ୍ୱାରା ବି ଅନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ।

ବାଦାମ୍ ଓ ମଞ୍ଜି:

ପ୍ରତିଦିନ ବାଦାମ୍ ଓ ମଞ୍ଜି ସେବନ କରୁଥିବା ବ୍ୟକ୍ତିଙ୍କୁ ଅନିଦ୍ରା ସମସ୍ୟା ରୁହେ ନାହିଁ। ଏହା ପାଚନକ୍ରିୟାରେ ବି ସାହାଯ୍ୟ କରିଥାଏ। ଏଥିରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ। ତେଣୁ ଅନିଦ୍ରା ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରତିଦିନ ବାଦାମ୍ ଓ ମଞ୍ଜି ଖାଇବା ଅଭ୍ୟାସ କରନ୍ତୁ।

ଅଣ୍ଡା:

ଶରୀରରେ ପ୍ରୋଟିନ୍ର ମାତ୍ରା କମ୍ ଥିବା ହେତୁ ଅନିଦ୍ରା ସମସ୍ୟା ଦେଖା ଦେଇଥାଏ ବୋଲି କୁହାଯାଇଥାଏ। ଆପଣ ଶୋଇବା ପୂର୍ବରୁ ସିଝା ଅଣ୍ଡାକୁ ଖାଆନ୍ତୁ। ଏଥିରେ ପ୍ରଚୁର ପରିମାଣ ପ୍ରୋଟିନ୍ ଓ ଓ ଟ୍ରିପଟୋଫେନ ଭରପୂର ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe