ନିଦ ଆସୁନଥିଲେ ଏହି ସବୁ ଖାଦ୍ୟ ଖାଆନ୍ତୁ ! ନିଦ ସମସ୍ୟା ରହିବ ନାହିଁ ।

ନିଦ ଆସୁନଥିଲେ ଏହି ସବୁ ଖାଦ୍ୟ ଖାଆନ୍ତୁ ! ନିଦ ସମସ୍ୟା ରହିବ ନାହିଁ ।

Urdupoint.com

ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା ଡିନର କରିବା ପରେ ଏତେ ନିଦ କେଉଁଠୁ ଆସେ କେଜାଣି, ମନ ଚାହେଁ ଶୋଇ ପଡିବାକୁ । କୌଣସି କାମରେ ମନ ଲାଗେ ନାହିଁ । କେତେକ ଲୋକ ଲଞ୍ଚ ପରେ ଅଫିସରେ ଚେୟାର ଉପରେ ଶୋଇ ଯାଆନ୍ତି ତ ଆଉ କେତେକ ଲୋକ ଘରେ ଖଟରେ ସାଙ୍ଗେସାଙ୍ଗେ ଗଡ଼ିଯାନ୍ତି । ତେବେ ଜାଣନ୍ତି କାହିଁକି ମଧ୍ୟାହ୍ନ ଭୋଜନ ପରେ ନିଦ ମାଡେ? ଏହା ବି ଆପଣଙ୍କ ଖାଦ୍ୟର ପାର୍ଶ୍ୱ ପ୍ରତିକ୍ରିୟା। ଯେଭଳି ଖାଦ୍ୟ ଖାଇବେ ସେଭଳି ସ୍ୱାସ୍ଥ୍ୟ ହେବ।

publive-image

ପନିର୍, ଛେନା, ସାମୁଦ୍ରିକ ଖାଦ୍ୟ ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍ ନିଦ ମାଡ଼ି ଆସେ । ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ ।
ଖାଦ୍ୟ ଗ୍ରହଣ ପରେ ଯେତେବେଳେ ହଜମ କ୍ରିୟା ଆରମ୍ଭ ହୁଏ, ସେତେବେଳେ ଆମର ପେଟକୁ ଅଧିିକ ରକ୍ତର ଆବଶ୍ୟକତା ପଡ଼େ । ହୃଦୟରୁ ଯେଉଁ ରକ୍ତ ଆସିଥାଏ, ତାହାର ୨୮ ପ୍ରତିଶତ ଯକୃତକୁ , ୨୪ ପ୍ରତିଶତ ଫୁସଫୁସକୁ,୧୫ ପ୍ରତିଶତ ମାଂସପେଶୀକୁ, ୧୪ ପ୍ରତିଶତ ମସ୍ତିଷ୍କକୁ ଓ ୧୯ ପ୍ରତିଶତ ଶରୀରର ଅବଶିଷ୍ଟ ଅଙ୍ଗକୁ ଯାଇଥାଏ । ଖାଦ୍ୟ ଗ୍ରହଣ ସମୟରେ ମସ୍ତିଷ୍କରେ ରକ୍ତର ମାତ୍ରା କମ୍ ହୋଇ ଯାଇଥାଏ, ଯେଉଁ କାରଣରୁ ବ୍ୟକ୍ତିକୁ ନିଦ ମାଡ଼ିଥାଏ ।

ଯଦି ଭୋଜନରେ ବେଶି ମିଠା ଜିନିଷ ଖାଉଥାଉ , ତେବେ ଅନ୍ତ୍ୟାଶୟ ଇନସୁଲିନ୍ର ଉତ୍ପାଦନ କରିଥାଏ । ଏହା ରକ୍ତରେ ମିଶିଯାଏ । ଟ୍ରିପଟୋଫନ ହେଉଛି ମସ୍ତିଷ୍କରେ ଥିବା ଏକ ଅମ୍ଳ ଯାହା ପାଚନ କାର‌୍ୟ୍ୟକୁ କ୍ଷିପ୍ର କରିଥାଏ । । ଏହାର କାର‌୍ୟ୍ୟ କ୍ଷିପ୍ର ହେବା କାରଣରୁ ମଧ୍ୟାହ୍ନ ଭୋଜନ ପରେ ନିଦ ମାଡ଼େ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe