ସୁସ୍ଥ ରହିବାକୁ ଚାହୁଁଛନ୍ତି ! ରାତ୍ରି ଭୋଜନରେ ସାମିଲ୍ କରନ୍ତୁ ଏହି ସବୁ ଖାଦ୍ୟ

78

ସ୍ୱାସ୍ଥ୍ୟ ହିଁ ସଂପଦ  । ତେଣୁ କେବେ କଣ ଆଉ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ । କାରଣ ଏସବୁର ପ୍ରଭାବ ବହୁମାତ୍ରାରେ ଆପଣଙ୍କ ଶରୀର ଉପରେ ପଡିଥାଏ । ସେଥିପାଇଁ ଜଳଖିଆ, ଦ୍ୱିପ୍ରହର ଖାଦ୍ୟ ଓ ରାତ୍ରି ଭୋଜନ ଭିନ୍ନ ଭିନ୍ନ ମାତ୍ରାରେ ଗ୍ରହଣ କରାଯାଇଥାଏ । ଆପଣଙ୍କ ରାତ୍ରଭୋଜନରେ ଯଦି କିଛି ପୋଷକ ଖାଦ୍ୟ ସାମିଲ ହୋଇଯାଏ, ତେବେ ଏହାର ସୁଫଳ ନିଶ୍ଚୟ ଆପଣ ପାଇବେ । ସାଧାରଣତଃ ରାତ୍ରଭୋଜନ ହାଲ୍‌କା ଓ ସାଦା ହୋଇଥାଏ । ଜାଣନ୍ତୁ କେଉଁ ପାଞ୍ଚଟି ଜିନିଷ ରାତ୍ରଭୋଜନରେ ସାମିଲ ହେବା ନିହାତି ଆବଶ୍ୟକ :

ସବୁଜ ପରିବା ଏବଂ ଶାଗ : ସାଧାରଣତଃ ଓଡିଆ ଘରେ ରାତିରେ ଶାଗ ଖାଇବା ନିଷେଧ  । ମାତ୍ର ସବୁଜ ପରିବା ଓ ଶାଗରେ ଫାଇବରର ମାତ୍ରା ବହୁତ ଅଧିକ ଥାଏ । ଏଥିପାଇଁ ରାତ୍ରି ଭୋଜନରେ ଏସବୁକୁ ସାମିଲ କଲେ ବହୁମାତ୍ରାରେ ଲାଭ ମିଳିଥାଏ ।

କ୍ଷୀର : ରାତିରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ । ଶୋଇବା ସମୟରେ ସାମାନ୍ୟ ନଖଉଷୁମ କ୍ଷୀର ପିଇଲେ ଭଲ ନିଦ ଆସେ । ଯଦି ଲୋ ଫ୍ୟାଟ୍‌ କ୍ଷୀର ପିଇବେ ତାହା ଆହୁରି ଫଳପ୍ରଦ ହେବ ।

ଅଦା : ସେହିପରି ଅଦା କେବଳ ମସଲା ଜାତୀୟ ଖାଦ୍ୟ ନୁହେଁ । ଅନେକ ଔଷଧୀୟ ଗୁଣର ଗନ୍ତାଘର ହେଉଛି ଅଦା । ଅଦା ଆଚାର, ସାଲାଡ ତଥା ଅଦାକୁ ଯେ କୌଣସି ରୂପରେ ରାତ୍ରିଭୋଜନରେ ସାମିଲ କରନ୍ତୁ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ  ।

ଦହି ଚହ୍ଲା : କୁହନ୍ତି ରାତିରେ ଦହି ଖାଇବା କଥା ନୁହେଁ । ମାତ୍ର ଦହିକୁ ଆପଣ ଚହ୍ଲା କରି ତଥା ସାଲାଡ କିମ୍ବା ଲସିରେ ବ୍ୟବହାର କରି ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ପେଟ ଥଣ୍ଡା ହେବା ସହ ହଜମ ପ୍ରକ୍ରିୟା ସକ୍ରିୟ ହେବ ।

ମହୁ : ରାତିରେ ଚିନି ଖାଇବାଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମିଠା କ୍ଷୀର ପିଇବାକୁ ପସନ୍ଦ କରନ୍ତି ତେବେ ଚିନି ବଦଳରେ ମହୁ ପ୍ରୟୋଗ କରନ୍ତୁ । ମହୁ ଭିତରେ ଅନେକ ଲାଭଦାୟକ ଗୁଣ ଥିବାରୁ ଏହାର ବ୍ୟବହାର ଫଳରେ ଶରୀର ସୁସ୍ଥ ରହିବ ।