ଆପଣଙ୍କ ପିଲାଙ୍କର କମ ରହୁଛି କି ସ୍ମରଣ ଶକ୍ତି, ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ

343

କନକ ବ୍ୟୁରୋ : ଛୋଟ ପିଲାମାନଙ୍କର ଶାରିରୀକ ବିକାଶ ଠାରୁ ମାନସିକ ବିକାଶ ପର୍ଯ୍ୟନ୍ତ ଖାଦ୍ୟ ଉପରେ ନିର୍ଭର କରିଥାଏ । ବିଶେଷଜ୍ଞଙ୍କ ମତରେ ଖାଦ୍ୟ ହିଁ ଆପଣଙ୍କ ପିଲାର ମାନସିକ ଓ ଶାରିରୀକ ବିକାଶରେ ସହାୟକ ହୋଇଥାଏ । ଏଭଳି କିଛି ଖାଦ୍ୟ ରହିଛି ଯାହା ଆପଣଙ୍କ ପିଲାକୁ ଖାଇବାକୁ ଦେବା ଦ୍ୱାରା ତାର ସ୍ମରଣ ଶକ୍ତି ଆଶାତୀତ ଭାବେ ବୃଦ୍ଧି ପାଇଥାଏ ।

ପନି ପରିବା : ବିଶେଷଜ୍ଞଙ୍କ ମତରେ ସବୁଜ ଓ ରଙ୍ଗିନ ପନିପରିବାରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହାକି ମସ୍ତିସ୍କର କୋଶଗୁଡିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେଣୁ ଆପଣ ଆପଣଙ୍କ ପିଲାର ଖାଦ୍ୟରେ ବିଲାତି, କନ୍ଦମୂଳ, କଖାରୁ, ଗାଜର ଓ ପାଳଙ୍ଗ ଭଳି ପରିବା ସାମିଲ କରିପାରିବେ ।

ଓଟ୍ସ : ଏହାସହ ପିଲାର ମସ୍ତିସ୍କକୁ ତୀବ୍ର କରିବାକୁ ଆପଣ ସେମାନଙ୍କ ଖାଦ୍ୟରେ ଓଟ୍ସ ଦେଇ ପାରିବେ । କାରଣ ଓଟ୍ସରେ ଫାଇବର ମାତ୍ରା ଅଧିକ ରହିଛି । ଯାହକି ପିଲାକୁ ଶାନ୍ତ ରଖିବା ସହ ଫାଷ୍ଟଫୁଡ ଖାଇବା ଲୋଭକୁ ବାରଣ କରିଥାଏ । ଏହାସହ ଓଟ୍ସରେ ଜିଂକ ଓ କ୍ୟାଲସିୟମ ମାତ୍ରା ଅଧିକ ଥିବାରୁ ଏହା ପିଲାର ଶାରିରୀକ ବିକାଶରେ ସହାୟକ ହୋଇଥାଏ ।

ଅଣ୍ଡା : ଅଣ୍ଡା ଏମିତି ଏକ ଖାଦ୍ୟ ଏଥିରେ ଅନେକ ପ୍ରକାରର ପ୍ରୋଟିନର ମାତ୍ରା ଭରପୁର ହୋଇ ରହିଥାଏ । ତେଣୁ ଡାକ୍ତରମାନେ ସବୁ ବର୍ଗ ଓ ସବୁ ବୟସର ଲୋକଙ୍କୁ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏଥିରେ ଥିବା ଚୋଲିନ ଆପଣଙ୍କ ପିଲାର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ଆପଣଙ୍କ ପିଲା ଯଦି ୧୦ ବର୍ଷ ମଧ୍ୟରେ ତେବେ ଆପଣ ଦୈନିକ ଗୋଟିଏ ଅଣ୍ଡା ନିଶ୍ଚିନ୍ତ ଖାଇବାରେ ସାମିଲ କରନ୍ତୁ ।

ମାଛ : ମାଛରେ ସାଧାରଣତ ଓମେଗା-୩, ଚର୍ବି ଏସିଡର ମାତ୍ରା ଅଧିକ ରହିଥାଏ । ଏହା ମାନସିକ ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ବେସ୍ ଉପକାରୀ । ଓମେଗା-୩ ଓ ଚର୍ବିଯୁକ୍ତ ଏସିଡ ପିଲାଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆପଣ ପିଲାଙ୍କ ଖାଦ୍ୟରେ ଦୈନିକ ଭିନ୍ନ ଭିନ୍ନ ପ୍ରକାରର ମାଛ ସାମିଲ କରିପାରିବେ ।


କ୍ଷୀର ଓ ପନୀର : ମସ୍ତିସ୍କକୁ ସୁସ୍ଥ ରଖିବାକୁ କ୍ଷୀର, ଦହି ଓ ପନୀରର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହା ମଧ୍ୟରୁ ପ୍ରୋଟିନ ଓ ଭିଟାମିନ (ବି)ର ମାତ୍ରା ଅଧିକ ରହିଥିବାରୁ ଏହା ମସ୍ତିସ୍କର ଟିସୁ, ୟୁରୋଟ୍ରାନ୍ସମିଟର ଓ ଏନଜାଇମ ବିକାଶରେ ସହାୟକ ହୋଇଥାଏ । ଏହି ସବୁଖାଦ୍ୟ ମସ୍ତିସ୍କ ବିକାଶରେ ବିଶେଷ ଭୂମିକା ନିଭାଇଥାଏ ।