କନକ ବ୍ୟୁରୋ: ଦର ବୃଦ୍ଧି ରୋକିବାକୁ ରେଡ୍। ଏକ ନମ୍ବର ହାଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ରହିଛି ଚଢ଼ାଉ କରାଯାଇଛି। ଏହାସହ ଷ୍ଟକ୍ ଚେକ୍ କରୁଛି ଟିମ୍। ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଚଢାଉ କରୁଥିବା ଟିମ୍ । ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣ ରହିଛି। କିନ୍ତୁ ଏବେ ବି ବଜାରରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଛି।
ଆଳୁ ଦରର ବୋଝ ଖାଉଟିଙ୍କ ଉପରୁ ନଯାଉଣୁ ଏବେ ବଜାରରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଅନେକ ସ୍ଥାନରେ ପିଆଜ କେଜି ପିଛା ୫୦ରୁ ୫୫ ଟଙ୍କା ଯାଏଁ ବିକ୍ରି ହେଉଛି । ଫଳରେ ସାଧାରଣ ଗ୍ରାହକ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଗରୀବ ଶ୍ରେଣୀର ଲୋକଙ୍କ କଥା ନକହିବା ଭଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/30-16.jpg)