ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ସାଧାରଣ ଲୋକଙ୍କୁ ଅଧିକରୁ ଅଧିକ ସେବା, ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ

357

କନକ ବ୍ୟୁରୋ: ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଖାଦ୍ୟ ଯୋଗାଣ କ୍ଷେତ୍ରରେ ବିଭାଗ ସକ୍ରିୟ ଥିବାରୁ ଆଉ ଲୋକଙ୍କ ସମସ୍ୟା ଖବର ପାଇ ସଙ୍ଗେ ସଙ୍ଗେ ସେମାନଙ୍କୁ ସେବା ସୁବିଧା ଯୋଗାଉଥିବାରୁ ଏହି ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ସାମିଲ ହୋଇଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ, ଉନ୍ନୟନ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ଖାଦ୍ୟାଭାବ ନେଇ ଖବର ଆସେ କିମ୍ବା ଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହୋଇନଥିବା ଅଭିଯୋଗ ହୁଏ । ମନ୍ତ୍ରୀ ତଥା ବିଭାଗର ଅନ୍ୟ ଅଧିକାରୀମାନେ ସଙ୍ଗେ ସଙ୍ଗେ ତଦନ୍ତ କରି ଉକ୍ତ ସମସ୍ୟାର ସମାଧାନ କରି ସାଧାରଣ ଲୋକଟିଏକୁ ତୁରନ୍ତ ସୁବିଧା ଯୋଗାଇ ଦେଇଥିବା ଅନେକ ନଜିର ରହିଛି । ତେଣୁ ଏ ସବୁ ଦୃଷ୍ଟିରୁ ଯୋଗାଣ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି ।

ସେପଟେ ପୂର୍ବରୁ ଗୃହ ବିଭାଗ, ଏସସି ଏସଟି ବିଭାଗ, ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ଭଳି ବିଭାଗ ମୋ ସରକାରରେ ସାମିଲ ହୋଇଥିବା ବେଳେ ଏବେ ଯୋଗାଣ ବିଭାଗକୁ ସାମିଲ କରାଯାଇଛି । ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝି ତାରା ଶୀଘ୍ର ସମାଧାନ କରିବାକୁ ମୋ ସରକାରର କାର୍ଯ୍ୟକାରୀ କରାଯାଇଛି । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ

Comments are closed.