ସୁଆଦିଆ ଫାଷ୍ଟଫୁଡ୍ ପଛର କଳାସତ : ଫାଷ୍ଟଫୁଡର ସୌଖିନ ମଣିଷ ଟିକେ ସାବଧାନ … ଏଭଳି ଖାଇଲେ କରୋନା ନୁହଁ ସିଧା କାଳ ଡାକି ନେବ !

2,477

ବଜାରର ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ଏହି ଖବର ଉପରେ ଟିକେ ନଜର ପକାନ୍ତୁ । ପାଟି ଲାଳସା ପାଇଁ ଆପଣ ଯେଉଁ ଫାଷ୍ଟଫୁଡ୍ ଖାଉଛନ୍ତି ଏହା ପଛରେ ଥିବା ସତ ଯେ କେତେ କଳା ତାହା ଆପଣ ଏହି ଭିଡିଓରୁ ଜାଣିପାରିବେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଠେଲାବାଲା ପଛରେ ଥିବା ଜଣେ ପିଲାକୁ ନଳା ପାଣିରେ ଲୋକଙ୍କ ଖାଉଥିବା ପ୍ଲେଟକୁ ସଫା କରୁଥିବା ଦେଖିବାକୁ ମିଳିଛି । ତେବେ କରୋନା ଭାଇରସ୍ ସହ ଯୋଡି କିଛି ଲୋକ ଏହି ଭିଡିଓଟିକୁ ଖୁବ୍ ସେୟାର୍ କରିଛନ୍ତି ।

ରାସ୍ତାକଡରେ ଜଳଖିଆ ଦୋକାନର ଠେଲା ଲଗାଇଥିବା ଜଣେ ବ୍ୟକ୍ତି ସେପଟେ ଫାଷ୍ଟଫୁଡ୍ ବିକ୍ରି କରୁଛନ୍ତି ଆଉ ତାଙ୍କ ପଛରେ ଜଣେ ଯୁବକ ନଳା ପାଣିରେ ଅଇଁଠା ପ୍ଲେଟକୁ ଧୋଇ ରଖୁଛି । ଭିଡିଓ ଟିକୁ ପୋଷ୍ଟ କରି ଏଥିରେ କ୍ୟାପ୍ସନ୍ ରେ ଲେଖାହୋଇଛି , ଯଦି ଆପଣ ଫାଷ୍ଟଫୁଡର ସୌଖିନ ତେବେ କରୋନା ଭାଇରସ୍ ରୁ ଡରନ୍ତୁ ନାହିଁ । ଭାରତରେ କରୋନା ଭାଇରସ୍ ତ ଛାଡ ଆଉ କେଉଁ କେଉଁ ଭାଇରସ୍ ଆସିବ ଦେଖନ୍ତୁ । ଜଗଜୀତ୍ ସିଂହ ନାମକ ଫେସବୁକ୍ ୟୁଜର୍ ଏହି ଭିଡିଓଟିକୁ ସୋମବାର ସେୟାର୍ କରିଥିଲେ । ଯାହାକୁ ୯୫ ରୁ ଅଧିକ ଲୋକ ଦେଖିସାରିଲେଣି ।
ତେବେ ଭାରତରେ କରୋନା ଭୁତାଣୁକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଆଡଭାଇଜରି ଜାରି କରାଯାଇଛି ଏବଂ ଲୋକଙ୍କୁ ଏହି ସବୁ ପରାମର୍ଶକୁ ଆପଣାଇବାକୁ କୁହାଯାଇଛି ।

୧ . ସଫା ସୁତୁରା ରୁହନ୍ତୁ ।

୨ . ବାରମ୍ବାର ହାତ ଧୁଅନ୍ତୁ ।

୩ . ଅସନା ହାତରେ ନାକ , ଆଖି ଏବଂ ମୁହଁକୁ ଛୁଅନ୍ତୁ ନାହିଁ ।

୪ . ରୋଗୀଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ।

୫ . ନିଜେ ରୋଗୀଣା ଥିଲେ ଘରେ ରୁହନ୍ତୁ ।

୬ . କାଶିବା ଏବଂ ଛିଙ୍କିବା ବେଳେ ରୁମାଲ୍ କିମ୍ବା ଟିସ୍ୟୁର ବ୍ୟବହାର କରନ୍ତୁ ଏବଂ ହାତକୁ ଧୁଅନ୍ତୁ ।

୭ . ଏନ୍-୯୫ ମାସ୍କ ବ୍ୟବହାର କରନ୍ତୁ ।

୮ . କରୋନା ଭୁତାଣୁର ଲକ୍ଷଣ ଦେଖାଯିବା ମାତ୍ରେ ହସ୍ପିଟାଲ୍ ରେ ପରୀକ୍ଷା କରାନ୍ତୁ ।