ଭୋକିଲା ରହିବେନି ଓଡିଶାବାସୀ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ, ପ୍ରଥମ ପର୍ଯ୍ୟାୟରେ ଉପକୃତ ହେବେ ୨୫ ଲକ୍ଷ ହିତାଧିକାରୀ

41

କନକ ବ୍ୟୁରୋ : ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା କ୍ୟାବିନେଟ୍ ମଂଜୁରୀ । ଆସନ୍ତା ଅକ୍ଟୋବର ୨ ତାରିଖରୁ ଲାଗୁ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୨୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ପ୍ରତି ଲକ୍ଷେ ହିତାଧିକାରୀଙ୍କ ପିଛା ମାସକୁ ଖର୍ଚ୍ଚ ହେବ ପ୍ରାୟ ୧୭ କୋଟି ୭୫ ଲକ୍ଷ ଟଙ୍କା । ୨ ମାସ ଭିତରେ ଯୋଗ୍ୟ ହିତାଧିକାରୀମାନେ ଏଥିପାଇଁ ଆବେଦନ କରିପାରିବେ ।

ଯୋଗ୍ୟ ହିତାଧିକାରୀଙ୍କୁ ବାଛିବା ପାଇଁ ୧୧ଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଉଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ୯ଟି ମାନଦଣ୍ଡ ସ୍ଥିର କରାଯାଇଛି । ପ୍ରଥମ ୬ ମାସରେ ଏହି ଯୋଜନାରେ ୨ଶହ ୨୦ କୋଟି ଖର୍ଚ୍ଚ ହେବ । ଏଥିରୁ ୧୪୦ କୋଟି ସଂଚୟ ପାଣ୍ଠିରେ ଥିବା ବେଳେ ଅବଶିଷ୍ଟ ୮୦ କୋଟି ଅତିରିକ୍ତ ବଜେଟରେ ବ୍ୟବସ୍ଥା କରାଯିବ ।