ଭାରତ ଉପରେ ଝୁଲିଛି ଖାଦ୍ୟ ସଙ୍କଟର ଖଣ୍ଡା, ୨୦୫୦ ଯାଏ ଏମିତି ରହିବ ସ୍ଥିତି ପଢନ୍ତୁ …

131

କନକ ବ୍ୟୁରୋ: ଗ୍ଲୋବାଲ ୱାର୍ମିଂ କାରଣରୁ ଏହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡୁଛି । ଏହା ଯୋଗୁ ଅନେକ ଦେଶରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଲାଣି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିଶ୍ୱର ତାପମାତ୍ରା ଏବଂ ଖାଦ୍ୟର ସ୍ଥିତି ଉପରେ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୫୦ ସୁଦ୍ଧା ପାଣି ଏବଂ ଗ୍ରୀଷ୍ମ କାରଣରୁ ଖାଦ୍ୟ ଉତ୍ପାଦନରେ ସଙ୍କଟ ଦେଖାଦେବ । ୧୬ ପ୍ରତିଶତରୁ ଅଧିକର ଖାଦ୍ୟ ସଙ୍କଟ ଦେଖାଦେବ । ତେବେ ଏହି ରିପୋର୍ଟରେ ଚୀନ ପ୍ରଥମ ସ୍ଥାନରେ ରହିଛି । ଯେଉଁଠାରେ ଖାଦ୍ୟ ଉତ୍ପାଦନ ୨୨.୪ ପ୍ରତିଶତର କମି ଆସିବ । ସେହିଭଳି ଦକ୍ଷିଣ ଆମେରିକାରେ ଏହା ୧୯.୪ ପ୍ରତିଶତ ଦେଖାଦେବ ।

ରିପୋର୍ଟରେ କୁହାଯାଇଛି ଯେ, ଚୀନ ଏବଂ ଆସିଆନର ସହଯୋଗୀ ରାଷ୍ଟ୍ର ଯେଉଁ ମାନେ ବର୍ତ୍ତମା ଶୁଦ୍ଧ ଖାଦ୍ୟ ଉତ୍ପାଦନ କରୁଛନ୍ତି ୨୦୫୦ ସୁଦ୍ଧା ଖାଦ୍ୟ ରପ୍ତାନୀ କରୁଥିବା ଦେଶରେ ପରିଣତ ହେବେ । ପାଣିକୁ ନେଇ ଯେଉଁ ସଙ୍କଟ ରହିଛି ସେଥିମଧ୍ୟରୁ ଉପଯୋଗ କରାଯାଉଥିବା ପାଣିର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନର ପ୍ରାକୃତିକ ଉତ୍ସ ମଧ୍ୟ ଶୁଖିବାରେ ଲାଗିଛି । ୨୦୧୯ରେ ଜଳ ସଙ୍କଟର ସାମ୍ନା କରୁଥିବା ଦେଶ ତାଲିକାରେ ଭାରତ ବିଶ୍ୱରେ ୧୩ ତମ ସ୍ଥାନରେ ଥିଲା ।

ଭାରତରେ ଜଳଉତ୍ସର ଉପଲବ୍ଧତା ୧୧୦୦-୧୧୯୭ ବିଲିୟନ କ୍ୟୁବିକ୍ ମିଟର ମଧ୍ୟରେ ରହିଛି । ଏହାର ବିପରୀତ ସ୍ଥିତି ହେଉଛି ୨୦୧୦ରେ ଯେଉଁ ଆବଶ୍ୟକତା ୫୫୦-୭୧୦ ରହିଥିଲା ତାହା ୨୦୫୦ ସୁଦ୍ଧା ବଢି ୯୦୦-୧୪୦୦ କ୍ୟୁବିକ ମିଟର ହୋଇଯିବ । ଭାରତରେ ଖରାପ ଜଳନୀତି କାରଣରୁ ଜଳ ସଙ୍କଟ ଦେଖାଦେବାରେ ଲାଗିଛି । ଏହା ଦ୍ୱାରା ଏକ ବଡ ବାଧା ସୃଷ୍ଟି ହୋଇଛି ।