ପ୍ୟାରିସ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପ୍ରଶଂସା ସାଉଁଟିଲା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ୧୨୫ ଦେଶ ଭିତରେ ପୋଲସରାର ମାଣ୍ଡିଆ ଉତ୍ପାଦକୁ ନେଇ ଚର୍ଚ୍ଚା।

ପ୍ୟାରିସ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପ୍ରଶଂସା ସାଉଁଟିଲା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ୧୨୫ ଦେଶ ଭିତରେ ପୋଲସରାର ମାଣ୍ଡିଆ ଉତ୍ପାଦକୁ ନେଇ ଚର୍ଚ୍ଚା।

କନକ ବ୍ୟୁରୋ: ଆଉ ଘର ଚାରି କାନ୍ଥ ଭିତରେ ରହିନାହାନ୍ତି ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇବା କ୍ଷମତା ଅଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ମାନେ ନିଜକୁ ସକ୍ଷମ କରିପାରିଛନ୍ତି । ଯେମିତି ଗଞ୍ଜାମ ପୋଲସରା ଚିରିକିପଡା ଶାସନ ଗାଁର ସ୍ୱୟଂସହାୟକ ଗୋଷ୍ଠୀ ଏବେ ଚର୍ଚ୍ଚାରେ ରହିଛି । ମାଣ୍ଡିଆରୁ ପ୍ରସ୍ତୁତ କରୁଛି ଭଳିକିଭଳି ଖାଦ୍ୟ । ଯାହାକି ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିଛି । ପ୍ୟାରିସରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ମନୋନୀତ ହୋଇଛି ମହିଳା ଗୋଷ୍ଠୀଙ୍କ ଦ୍ୱାରା ତିଆରି ହୋଇଥିବା ମାଣ୍ଡିଆ ଖାଦ୍ୟ । ପ୍ରାୟ ୧୨୫ ଦେଶ ଏହି ଖାଦ୍ୟ ମେଳାରେ ସାମିଲ ହୋଇଥିବା ବେଳେ ପୋଲସରାର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ବିଦେଶୀଙ୍କ ପସନ୍ଦ ପାଲଟିଥିଲା । ଖାସ କରି ବିଚାରକଙ୍କ ଦ୍ୱାରା ମଧ୍ୟ ମନୋନୀତ ହୋଇଥିଲା ।

ତେବେ ଏହି ମହିଳାମାନଙ୍କ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ଗାଣ୍ଠିଆରୁ ନେଇ ଲଡ଼ୁ, ସେଓ, ବିଭିନ୍ନ କିସମର ପିଠାକୁ ଲୋକମାନେ ମଧ୍ୟ ବେଶୀ ପସନ୍ଦ କରୁଛନ୍ତି । ଗାଁର ମହିଳା ଏକାଠି ହୋଇ ଏହି ସବୁକୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ମାଣ୍ଡିଅ।।ର ଚାହିଦା ବଢିଚାଲିଥିବା ବେଳେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସବୁ ପ୍ୟାକେଟ କରି ବଜ।।ରରେ ବିକ୍ରି ହେଉଛି । ଦିନକୁ ଦିନ ଏହି ମାଣ୍ଡିଆ ଖାଦ୍ୟକୁ ମଧ୍ୟ ଲୋକେ ବେଶ ପସନ୍ଦ କରୁଛନ୍ତି ଓ ଅଧିକ ମାତ୍ରାରେ କିଣୁଛନ୍ତି । ଯାହା ପାଇଁ ଏହି ମହିଳା ଗୋଷ୍ଠୀ ବି ବେଶ ଲାଭବାନ୍ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe