କନକ ବ୍ୟୁରୋ: ଟ୍ରେନ୍ ସେବା ବଳବତ୍ତର ଥିଲେ ବି ଏଥିରେ ଦିଆଯାଉଥିବା ଖାଦ୍ୟର ଦର ଯାତ୍ରୀଙ୍କୁ ଅତିଷ୍ଠ କରୁଛି । ରେଳ ଭଡା ଠାରୁ ବଳିଯାଉଛି ଖାଦ୍ୟ ଦର ।ଟ୍ରେନ୍ରେ ଉପଲବ୍ଧ ହେଉଥିବା ବ୍ରାଣ୍ଡେଡ୍ କଂପାନିମାନଙ୍କର ରେଡି-ଟୁ-ଇଟ୍ ଭୋଜନର ଦର ଅଧିକ ରହିଛି। ଏଥିରେ ମଧ୍ୟ ଯାତ୍ରୀଙ୍କ ପେଟ ଭର୍ତ୍ତି ହେଉ ନାହିଁ। ଦୀର୍ଘ ପଥରେ ଯାତ୍ରା କରୁଥିବା ସ୍ଲିପର୍ ଏବଂ ୨ଏସ୍ କୋଚ୍ରେ ଯାତ୍ରୀମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।
ଯେମିତିକି ଜାମ୍ମୁ ତୱିରୁ ସମ୍ବଲପୁର ଆସୁଥିବା ୦୮୩୧୦ ଟ୍ରେନ୍ରେ ତିନି ଦିନର ଯାତ୍ରା (୨୩୫୧ କିମି) ପାଇଁ ସ୍ଲିପର୍ ଶ୍ରେଣୀରେ ୮୨୫ ଟଙ୍କା ଓ ୨ଏସ୍ ଶ୍ରେଣୀରେ (କେବଳ ବସିବା) ୫୧୦ ଟଙ୍କା ଭଡ଼ା ପଡୁଛି। ଅପରପକ୍ଷେ, ଏହି ତିନି ଦିନରେ ଯାତ୍ରୀମାନଙ୍କୁ ରେଡି-ଟୁ-ଇଟ୍ ମିଲ୍ ପାଇଁ ୧୦୦୦ ଟଙ୍କାରୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ଟ୍ରେନ୍ରେ କେବେ ଠାରୁ ଭୋଜନ ବ୍ୟବସ୍ଥା ହେବ ସେ ନେଇ ଆଇଆର୍ସିଟିସି ପାଖରେ କୌଣସି ଉତ୍ତର ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/14-7.jpg)