କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ । ଭାତ, ଡାଲି, ପାମ୍ପଡ଼, ଶଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ଛେନାପୋଡ଼ ଏବଂ କ୍ଷୀରି ମଧ୍ୟ ତାଙ୍କ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି ।

Advertisment

ସେପଟେ, ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କ ଭେଟିବା ପାଇଁ ଅନେକ ବ୍ୟକ୍ତି ଉତ୍ସାହିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ରାଷ୍ଟ୍ରପତିଙ୍କ ଭେଟି ତାଙ୍କୁ ଏକ ଉପହାର ଦେବାପାଇଁ ମଧ୍ୟ ଅପେକ୍ଷା କରି ରହିଥିଲେ । ରାଷ୍ଟ୍ରପତିଙ୍କ ଅବିକଳ ଫଟୋ ଚିତ୍ର ପେନସିଲରେ ଆଙ୍କି ତାଙ୍କୁ ଉପହାର ଦେବା ପାଇଁ ଅପେକ୍ଷା କରି ରହିଥିଲେ ଭୁବନେଶ୍ୱରର ଜଣେ ଛାତ୍ର ।