ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ଏଭଳି ଖାଦ୍ୟ ! ଅବହେଳା ନକରି ସ୍ୱାସ୍ଥ୍ୟର ନିଅନ୍ତୁ ଯତ୍ନ ।

2,248

ମହିଳାମାନେ ଗର୍ଭବତୀ ସମୟରେ ଅଧିକରୁ ଅଧିକ ସତର୍କ ରହିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷ କରି ଏହି ସମୟରେ ମହିଳାମାନେ ନିଜର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଜରୁରୀ ହୋଇଥାଏ। ଭର୍ଗବତୀ ଥିବା ସମୟରେ ଅରୁଚି ହେଉଥିବା ହେତୁ ମହିଳାମାନେ ଖାଇବାକୁ ନେଇ ଅନେକ କଟକଣା ଲଗାଇଥାଆନ୍ତି। ମାତ୍ର ଗର୍ଭ କାଳରେ କେଉଁ ସବୁ ଖାଦ୍ୟ ଖାଇବା ଜରୁରୀ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

 

ଗର୍ଭ ସମୟରେ ଯେତେ ସବୁ ଫଳ ଖାଇଲେ କୌଣସି ଅସୁବିଧା ନାହିଁ। ମାତ୍ର ଯେଉଁ ଦୁଇଟି ଫଳ ସେ ସମୟରେ ମହିଳାଙ୍କୁ ଖାଇବାକୁ ବାରଣ କରାଯାଇଛି ତାହା ହେଉଛି ଅମୃତଭଣ୍ଡା ଓ ପଣସ। ଏ ସମୟରେ ଯେତେ ଶାଗ ଖାଇଲେ ଭଲ। ସାଗରୁ ବିଭିନ୍ନ ଧରଣର ଭିଟାମିନ ମିଳିବା ସହ ପିଲାର କେଶ ଘନ ହୋଇଥାଏ। ଗର୍ଭବତୀ ରହିବା ସମୟରେ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଇବା ଭଲ। ଦୈନନ୍ଦିନ ଖିର ପିଇବା ସହ ସେଥିରେ କେଶର ମିଶାଇ ପିଇଲେ ପିଲାର ରଂଗ ଭଲ ହୋଇଥାଏ।

 

ଏହି ସମୟରେ କାଜୁ, ବାଦାମ ଓ ଆଲମଣ୍ଡ ଖାଇବା ଭଲ। ପିଲାର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ ଏପରି ଖାଦ୍ୟ ଖାଇବା ଦ୍ୱାରା। ଦହି, କାକୁଡ଼ି ଆଦି ପ୍ରଚୁର ପରିମାଣରେ ଖାଇବା ଉଚିତ। ପିଲାର ମସ୍ତିଷ୍କ ଥଣ୍ଡା ହେବା ସହ ସୁସ୍ଥ ପିଲା ଜନ୍ମ ନେଇଥାଏ ମାଆ ଏପରି ଖାଦ୍ୟ ଖାଇଲେ। ଏସିଡିଟି ଦୂର କରିବା ପାଇଁ ଗର୍ଭବତୀମାନଙ୍କୁ ଏହି ସମୟରେ ପଇଡ଼ ପାଣି, ମିସିରି ପାଣି ପିଇବା ଉଚିତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.