ବେଡି ଉପରେ କୋରଡା ମାଡ । କରୋନା ପରେ ମାଡି ଆସୁଛି ଖାଦ୍ୟ ସଂକଟ । ସର୍ତକ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୨୦୨୧, ଭୟଙ୍କର ଭୋକର ଦାଉ !

244

କନକ ବ୍ୟୁରୋ : ୨୦୨୧ ରେ ଭୟଙ୍କର ହେବ ମହାମାରୀ । ସେ ମହାମାରୀ କୌଣସି ରୋଗ ନୁହେଁ କି କୌଣସି ପ୍ରଳୟ ମାଧ୍ୟମରେ ନୁହେଁ । ଏହି ମହାମାରୀ ଖାଦ୍ୟ ଅଭାବରୁ ହେବ । ଏଭଳି ସୂଚନା ଦେଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟଏଚପି) ର ମୁଖ୍ୟ ଡେଭିଡ୍ ବସଲି । ସେ କହିଛନ୍ତି କି ଯଦି ବିଶ୍ୱ ଖାଦ୍ୟ ସଂଗଠନକୁ ଉପଯୁକ୍ତ ସହଯୋଗ ଓ ସହାୟତା ନମିଳେ ତବେ ବିଶ୍ୱର ଅନେକ ଦେଶ ଭୋକର ଭୋଗଳ ଭିତରେ ଜର୍ଜରିତ ହେବ । ଏହା ଏକ ଭୟଙ୍କର ମହାମାରୀର ରୂପ ନେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେ ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି କି ଦୈନିକ ବିଶ୍ୱରେ ଖାଦ୍ୟ ଏକ ବଡ ସଂକଟ ଭାବେ ଦେଖା ଦେଇଛି । ଏଥିରେ ଦୈନିକ ଅନାହାରରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖାଦ୍ୟାଭାବରୁ ଅନେକ ମଣିଷଙ୍କ ଶରୀରରେ ପୁଷ୍ଟିହୀନତା ଦେଖିବାକକୁ ମିଳୁଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଓ କୋଭିଡ-୧୯ ମହାମାରୀ ଯୋଗୁଁ ବିଶ୍ୱ ଏଭଳି ଏକ ଭୟଙ୍କର ମହାମାରୀ ଉପରୁ ନଜର ହଟାଇ ନେଇଛି ବା ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ । ସମୟକ୍ରମେ ବିଶ୍ୱରେ ବିଭିନ୍ନ ମହାମାରୀ ହିଁ କ୍ଷୁଧା ଭଳି ମହାମାରୀର ଜନକ ବୋଲି ସେ କହିଛନ୍ତି । ଯଦି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ୨୦୨୧ ସୁଦ୍ଧା ସ୍ଥିତି ଏଭଳି ସମସ୍ୟା ଉପୁଜାଇବ ଯେ ତାହାକୁ ରୋକିବା ସମ୍ଭବ ନୁହେଁ । ସେ କହିଛନ୍ତି କି ୨୦୨୦ ଆରମ୍ଭରେ ବିଶ୍ୱର କିଛି ଦେଶ ଅନାହାର ମୃତ୍ୟୁକୁ ରୋକିବାକୁ ସହାୟତା ପ୍ରଦାନ କରିଥିଲେ । ତେଣୁ କରୋନା ମାହାମାରୀ ବେଳେ ବି ଏଭଳି ସ୍ଥିତିକୁ ରୋକାଯାଇ ପାରିଥିଲା । ମାତ୍ର ସାରା ବିଶ୍ୱ ଏବେ କରୋନା ମାହାମାରୀ ପାଇଁ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ତେଣୁ ୨୦୨୦ ରେ ଯେଉଁ ପରିମାଣର ସହାୟତା ରାଶି ମିଳିଥିଲା ୨୦୨୧ ରେ ସେହି ପରିମାଣର ସହାୟତା ମିଳିବା ସମ୍ଭାବନା କମ୍ । ତେଣୁ ସେ ଏଭଳି ସଂଗୀନ ସ୍ଥିତି ବାବଦରେ ବିଭିନ୍ନ ଦେଶର ନେତା ମାନଙ୍କ ସହ ଆଲୋଚନା କରୁଥିବା କଥା କହିଛନ୍ତି ଡେଭିଡ୍ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଶ୍ୱ ଖାଦ୍ୟ ସଂଗଠନକୁ ନୋବେଲ ପୁରସ୍କାର ମିଳିଛି ।