ଏହି କମ୍ପାନୀ ଦେଉଛି ଏମିତି ସୁଯୋଗ । ଚିକେନ ପକୋଡା ଖାଆନ୍ତୁ, ବଦଳରେ ୧ ଲକ୍ଷ ଟଙ୍କା ଦରମା ନିଅନ୍ତୁ

198

କନକ ବ୍ୟୁରୋ : ବ୍ରିଟେନର ଗୋଟିଏ କମ୍ପାନୀ ଚିକେନ ପକୋଡା ଖାଇବା ପାଇଁ ୧ ଲକ୍ଷ ଟଙ୍କାରା ଦରମା ଦେବାକୁ ଅଫର ଦେଇଛି । ଏନେଇ କମ୍ପାନୀ ତରଫରୁ ବିଜ୍ଞାପନ ବି ଦିଆଯାଇଛି ।  ଏଭଳି ଅଫର ଦେଇଥିବା କମ୍ପାନୀର ନାମ ବାର୍ଡସ୍ ଆଇ । ଏହି କମ୍ପାନୀ ଏକ ଫୁଡ କମ୍ପାନୀ ଓ ବିଶେଷ କରି ଚିକେନ ପକୋଡା ପ୍ରସ୍ତୁତ କରିଥାଏ । ଏହି କମ୍ପାନୀ ଏବେ ଟେଷ୍ଟ ଟେଷ୍ଟର ପୋଷ୍ଟ ପାଇଁ ବିଜ୍ଞାପନ ଦେଇଛି । ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଚିକେନ ତରକାରୀ ଓ ସସ୍ ଟେଷ୍ଟ କରିବାକୁ ଅନୁଭବି ଲୋକଙ୍କୁ ଏହି ଚାକିରୀ ଦେବାକୁ ଅଫର ଦେଇଛି ।

ବ୍ରିଟେନ ଗଣମାଧ୍ୟମ ‘ଦ ସନ’ ମୁତାବକ ଏହି ଚାକିରୀ ସେହି ଲୋକଙ୍କୁ ଦିଆଯିବ ଯେଉଁ ଲୋକ ପାଖରେ ସ୍ୱାଦ ବାରିବାରେ ଅଭିଜ୍ଞତା ଥିବ । ଏହାସହ ଚାକିରୀ କରିବାକୁ ଚାହୁଁଥିବା ଲୋକର କ୍ରିପ୍ସ, କ୍ରଞ୍ଚ, ସସ୍ ଆଦିର ସ୍ୱାଦ ବାରି ପାରିବାର ଅଭିଜ୍ଞତା ଥିବ । ଚୟନ ହୋଇଥିବା ବ୍ୟକ୍ତିକୁ କମ୍ପାନୀ ତରଫରୁ ମାସିକ ୧ ଲକ୍ଷ ଟଙ୍କା ଦରମା ଦେବାକୁ ସ୍ଥିର କରାଯାଇଛି । କମ୍ପାନୀ ‘ବାର୍ଡସ୍ ଆଇ’ ଏହି ଚାକିରୀ ପାଇଁ ଜବ ଡିଟେଲ୍ସ ପ୍ରକାଶ କରିଛି । ଏହି ଚାକିରୀ ପାଇଁ ଆପଣ ଏହି (https://www.birdseye.co.uk/)ସାଇଟ୍ କୁ ଯାଇ ଆବେଦନ କରିପାରିବେ ।