ନଗଡାରେ ପହଁଚିଲା ସରକାରୀ ନଜର : ଅପପୃଷ୍ଟିର ସମୀକ୍ଷା କଲେ ଖାଦ୍ୟ ସୁରକ୍ଷା କମିସନ

37

କନକ ବ୍ୟୁରୋ : ନଗଡାରେ ଅପପୃଷ୍ଟିର ସମୀକ୍ଷା କଲେ ଖାଦ୍ୟ ସୁରକ୍ଷା କମିସନ । ଖାଦ୍ୟ ସୁରକ୍ଷା କମିସନ ରଙ୍ଗଲାଲ ଜାମୁଡାଙ୍କ ସହ ଯାଜପୁର ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଆଜି ପ୍ରଥମ ଥର ପାଇଁ ଚାରି ଚକିଆ ଗାଡିରେ ତଳ ନଗଡା ପର୍ଯ୍ୟନ୍ତ ଯାଇଥିଲେ । ଖାଦ୍ୟ ସୁରକ୍ଷା କମିସନ ରଙ୍ଗଲାଲ ଉପର ନଗଡା, ମଝି ନଗଡା, ତଳ ନଗଡାରେ ବୁଲି ଦେଖିବା ସହ ଶିଶୁମାନଙ୍କୁ ସେମାନଙ୍କର ଖାଦ୍ୟପେୟ ସଂପର୍କରେ ପଚରାରିବୁଝିଥିଲେ ।

ନଗଡାରେ ଅନେକ ଉନ୍ନତି ହୋଇଥିବା ବେଳେ ଆହୁରି ଅନେକ ବାକି ରହିଛି । ସରକାରଙ୍କୁ ଏନେଇ ରିପୋର୍ଟ ଦିଆଯିବ ବୋଲି ରଙ୍ଗଲାଲା ଜାମୁଡା କହିଛନ୍ତି ।   ସେହିପରି ନଗଡା ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଖୁବ ଶୀଘ୍ର ରାସ୍ତା କାମ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।