କନକ ବ୍ୟୁରୋ : ନଗଡାରେ ଅପପୃଷ୍ଟିର ସମୀକ୍ଷା କଲେ ଖାଦ୍ୟ ସୁରକ୍ଷା କମିସନ । ଖାଦ୍ୟ ସୁରକ୍ଷା କମିସନ ରଙ୍ଗଲାଲ ଜାମୁଡାଙ୍କ ସହ ଯାଜପୁର ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଆଜି ପ୍ରଥମ ଥର ପାଇଁ ଚାରି ଚକିଆ ଗାଡିରେ ତଳ ନଗଡା ପର୍ଯ୍ୟନ୍ତ ଯାଇଥିଲେ । ଖାଦ୍ୟ ସୁରକ୍ଷା କମିସନ ରଙ୍ଗଲାଲ ଉପର ନଗଡା, ମଝି ନଗଡା, ତଳ ନଗଡାରେ ବୁଲି ଦେଖିବା ସହ ଶିଶୁମାନଙ୍କୁ ସେମାନଙ୍କର ଖାଦ୍ୟପେୟ ସଂପର୍କରେ ପଚରାରିବୁଝିଥିଲେ ।
ନଗଡାରେ ଅନେକ ଉନ୍ନତି ହୋଇଥିବା ବେଳେ ଆହୁରି ଅନେକ ବାକି ରହିଛି । ସରକାରଙ୍କୁ ଏନେଇ ରିପୋର୍ଟ ଦିଆଯିବ ବୋଲି ରଙ୍ଗଲାଲା ଜାମୁଡା କହିଛନ୍ତି । ସେହିପରି ନଗଡା ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଖୁବ ଶୀଘ୍ର ରାସ୍ତା କାମ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-03-16h32m02s382.png)