କନକ ବ୍ୟୁରୋ: କନକ ନ୍ୟୁଜ୍ ଚାଉଳ ଚୋରିର ସତ ସାମନାକୁ ଆଣିବା ପରେ ଆକ୍ସନକୁ ଆସିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମୟୂରଭଞ୍ଜକୁ ଦୁଇଦିନିଆ ଗସ୍ତରେ ଯାଇଥିବାବେଳେ ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ। ୫୦ କିଲୋଗ୍ରାମ ଓଜନର ଚାଉଳ ବସ୍ତା ବାଟରେ କେଉଁଠି କମ ହେଉଛି, ତାର ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ଏହାସହ ନିଜେ ମଧ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment
  • ଚାଉଳ ଚୋରି ରୋକିବାକୁ କସରତ
  • ଗ୍ରାଉଣ୍ଡ ଜିରୋରେ ଯୋଗାଣ ମନ୍ତ୍ରୀ

ମଧାହ୍ନ ଭୋଜନ ଚାଉଳ କମ୍ ଦିଆଯାଉଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ। ୨୪ ବର୍ଷ ସରକାରରେ ଯାହା ଦୋଷତ୍ରୁଟି ରହିଥିଲା ତାକୁ ସୁଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏ ସରକାରରେ ସେମିତି ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସମୀକ୍ଷା ସମୟରେ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି।

ଗୋଟିଏ ପଟେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଆଉ ଗୋଟିଏ ପଟେ ମନ୍ତ୍ରୀ ନିଜେ ଚାଉଳ ଚୋରି ରୋକିବାକୁ ଉଦ୍ୟମ ଆରମ୍ଭ କରିବା ପରେ, ଲାଭ ଖୋର ଡିଲର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିତରେ ଛନକା ପଶିଛି। ଆଗକୁ ଧରାପଡିଲେ କଣ କରିବେ ଚିନ୍ତାରେ ପଡିଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ।