କରୋନା କଟକଣାରେ ଭୋକରେ ଡହଳବିକଳ ହେଉଥିବା ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଉଛି ବିଏମସି: ରାତିରେ ସ୍ୱତନ୍ତ୍ର ଗାଡିରେ ବୁଲି ୬ଟି ଟିମ୍ ପ୍ରାୟ ୩ ହଜାର କୁକୁରଙ୍କୁ ଦେଉଛନ୍ତି ଖାଦ୍ୟ

Advertisment
କରୋନା କଟକଣାରେ ଭୋକରେ ଡହଳବିକଳ ହେଉଥିବା ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଉଛି ବିଏମସି: ରାତିରେ ସ୍ୱତନ୍ତ୍ର ଗାଡିରେ ବୁଲି ୬ଟି ଟିମ୍ ପ୍ରାୟ ୩ ହଜାର କୁକୁରଙ୍କୁ ଦେଉଛନ୍ତି ଖାଦ୍ୟ

କନକ ବ୍ୟୁରୋ: କରୋନା କଟକଣା ରାଜ୍ୟରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ମିଳୁନି । ଭୋକରେ କଟୁଛି ଏମାନଙ୍କର ଦିନ । ଏପରି ସ୍ଥିତିରେ ବୁଲା କୁକୁରଙ୍କ କଥା ପଚାରେ କିଏ । ରାଜଧାନୀରେ ଏଣେତେଣେ ବୁଲି ଏମାନେ ଖାଦ୍ୟ ଖାଉଥିଲେ । ଏବେ ୨୧ ଦିନିଆ ତାଲାବନ୍ଦ ଲାଗୁ ପରେ ଏମାନଙ୍କ ପାଇଁ ସମସ୍ତ ବାଟ ବନ୍ଦ ହୋଇଯାଇଛି ।

ଏପରି ସ୍ଥିତିରେ ରାଜଧାନୀ ଭୂବନେଶ୍ୱରରେ ଭୋକିଲା ବୁଲା କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଉଛି ବିଏମସି । ରାତିରେ ସ୍ୱତନ୍ତ୍ର ଗାଡିରେ ବୁଲି ବିଏମସି କର୍ମଚାରୀ ହଜାର ହଜାର ବୁଲା କୁକୁରଙ୍କ ୁଖାଦ୍ୟ ଦେଉଛନ୍ତି । ଏହି ପରି ୬ଟି ଟିମ୍ ପ୍ରାୟ ୩ ହଜାର କୁକୁରଙ୍କୁ ରାଜଧାନୀରେ ଖାଦ୍ୟ ଦେଉଥିବା ଜଣାପଡିଛି । ପୁରୀ ବି ସମାନ ଢଙ୍ଗରେ ଟିମ୍ କାମ କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe