କନକ ବ୍ୟୁରୋ: କରୋନା କଟକଣା ରାଜ୍ୟରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ମିଳୁନି । ଭୋକରେ କଟୁଛି ଏମାନଙ୍କର ଦିନ । ଏପରି ସ୍ଥିତିରେ ବୁଲା କୁକୁରଙ୍କ କଥା ପଚାରେ କିଏ । ରାଜଧାନୀରେ ଏଣେତେଣେ ବୁଲି ଏମାନେ ଖାଦ୍ୟ ଖାଉଥିଲେ । ଏବେ ୨୧ ଦିନିଆ ତାଲାବନ୍ଦ ଲାଗୁ ପରେ ଏମାନଙ୍କ ପାଇଁ ସମସ୍ତ ବାଟ ବନ୍ଦ ହୋଇଯାଇଛି ।
ଏପରି ସ୍ଥିତିରେ ରାଜଧାନୀ ଭୂବନେଶ୍ୱରରେ ଭୋକିଲା ବୁଲା କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଉଛି ବିଏମସି । ରାତିରେ ସ୍ୱତନ୍ତ୍ର ଗାଡିରେ ବୁଲି ବିଏମସି କର୍ମଚାରୀ ହଜାର ହଜାର ବୁଲା କୁକୁରଙ୍କ ୁଖାଦ୍ୟ ଦେଉଛନ୍ତି । ଏହି ପରି ୬ଟି ଟିମ୍ ପ୍ରାୟ ୩ ହଜାର କୁକୁରଙ୍କୁ ରାଜଧାନୀରେ ଖାଦ୍ୟ ଦେଉଥିବା ଜଣାପଡିଛି । ପୁରୀ ବି ସମାନ ଢଙ୍ଗରେ ଟିମ୍ କାମ କରୁଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/7.png)