ଫୋନିରୁ ବର୍ତି ପାରିନାହିଁ ପାହାଳ ମିଠା ଦୋକାନ ! ଉଜୁଡା ଦୋକାନକୁ ପୁନର୍ଜୀବିତ କରିବା ପାଇଁ ଚାଲିଛି ଚେଷ୍ଟା

Advertisment
ଫୋନିରୁ ବର୍ତି ପାରିନାହିଁ ପାହାଳ ମିଠା ଦୋକାନ ! ଉଜୁଡା ଦୋକାନକୁ ପୁନର୍ଜୀବିତ କରିବା ପାଇଁ ଚାଲିଛି ଚେଷ୍ଟା

କନକ ବ୍ୟୁରୋ : ବାତ୍ୟା ଫୋନି କେବଳ ପୁରୀ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ସମେତ ଅନେକ ବିଶାଳ ଗଛ ରାସ୍ତା ଉପରେ ପଡିରହିଛି । ତେବେ ଏହି ବାତ୍ୟା ଫୋନିରୁ ବାଦ ପଡିନାହିଁ ପାହାଳ ମିଠା ଦୋକାନ । ମିଳିଥିବା ସୂଚନା ଅନୁସାରେ ବାତ୍ୟା ଫୋନି ପ୍ରଭାବରେ ପାହାଳ ମିଠା ଦୋକାନୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଦୋକାନ ଗୁଡିକ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି । ବାତ୍ୟାର ୩ ଦିନ ପରେ ବି ବ୍ୟବସାୟୀ ମାନେ ଦୋକାନକୁ ଠିକ କରିପାରିନାହାନ୍ତି ।

publive-imageକିଛି ଦୋକାନୀ ଆଜି ଉଜୁଡିଯାଇଥିବା ଦୋକାନକୁ ସଜାଡିବାକୁ ଆରମ୍ଭ କରିଛନ୍ତି । ହେଲେ କେବେ ଦୋକନା ଗୁଡିକ ସଜାଡି ହେବ ଏବଂ ପୁଣି ଥରେ ପୂର୍ବପରି ମିଠା ମିଳିବ ତାହାର କୌଣସି ଖବର ବା ଆଶା ଦୋକାନୀଙ୍କ ପାଖରେ ନାହିଁ । ହେଲେ ତଥାପି ପୁଣି ଥରେ ନିଜ ଅଣ୍ଟାକୁ ସଳଖ କରି ନିଜ ନିଜ ଉଜୁଡା ଦୋକାନକୁ ସଜାଡିବାରେ ବ୍ୟସ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe