ଫୋନିରୁ ବର୍ତି ପାରିନାହିଁ ପାହାଳ ମିଠା ଦୋକାନ ! ଉଜୁଡା ଦୋକାନକୁ ପୁନର୍ଜୀବିତ କରିବା ପାଇଁ ଚାଲିଛି ଚେଷ୍ଟା

ବାତ୍ୟା ଫୋନି କେବଳ ପୁରୀ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିଛି

98

କନକ ବ୍ୟୁରୋ : ବାତ୍ୟା ଫୋନି କେବଳ ପୁରୀ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ସମେତ ଅନେକ ବିଶାଳ ଗଛ ରାସ୍ତା ଉପରେ ପଡିରହିଛି । ତେବେ ଏହି ବାତ୍ୟା ଫୋନିରୁ ବାଦ ପଡିନାହିଁ ପାହାଳ ମିଠା ଦୋକାନ । ମିଳିଥିବା ସୂଚନା ଅନୁସାରେ ବାତ୍ୟା ଫୋନି ପ୍ରଭାବରେ ପାହାଳ ମିଠା ଦୋକାନୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଦୋକାନ ଗୁଡିକ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି । ବାତ୍ୟାର ୩ ଦିନ ପରେ ବି ବ୍ୟବସାୟୀ ମାନେ ଦୋକାନକୁ ଠିକ କରିପାରିନାହାନ୍ତି ।

କିଛି ଦୋକାନୀ ଆଜି ଉଜୁଡିଯାଇଥିବା ଦୋକାନକୁ ସଜାଡିବାକୁ ଆରମ୍ଭ କରିଛନ୍ତି । ହେଲେ କେବେ ଦୋକନା ଗୁଡିକ ସଜାଡି ହେବ ଏବଂ ପୁଣି ଥରେ ପୂର୍ବପରି ମିଠା ମିଳିବ ତାହାର କୌଣସି ଖବର ବା ଆଶା ଦୋକାନୀଙ୍କ ପାଖରେ ନାହିଁ । ହେଲେ ତଥାପି ପୁଣି ଥରେ ନିଜ ଅଣ୍ଟାକୁ ସଳଖ କରି ନିଜ ନିଜ ଉଜୁଡା ଦୋକାନକୁ ସଜାଡିବାରେ ବ୍ୟସ୍ତ ।