ସାମୁଦ୍ରିକ ଝଡ଼ ‘ଫୋନି’ ଯୋଗୁଁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରୁ ୧,୫୦,୫୪,୩୨୧ ଜଣ ପ୍ରଭାବିତ ହୋଇଥିବା ଜଣାପଡିଥିଲା । ଷ୍ଟେଟ ଏମର୍ଜେନସି ଅପରେସନ୍ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଥିଲା । ରିପୋର୍ଟ ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ ଜିଲ୍ଲାର ଲୋକେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲେ ।
ବାତ୍ୟାରେ ମୋଟ ୧୫୯ଟି ବ୍ଲକ ଓ ୫୨ଟି ପୌରପାଳିକା ୧୬,୬୫୯ଟି ଗାଁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଥିଲା । ମୋଟ ୫,୦୮,୬୬୭ଟି ଘର ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଲକ୍ଷାଧିକ ଘର ଆଂଶିକ ରୂପେ କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ।/kanak/media/post_attachments/wp-content/uploads/2019/12/60150296_748293105572709_113751238171951104_n-300x300.jpg)
ବାତ୍ୟା ଯୋଗୁଁ ମୋଟ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରୁ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ, ମୟୂରଭଂଜ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ୪-୪ ଜଣ ଏବଂ କଟକ ଜିଲ୍ଲାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।/kanak/media/post_attachments/wp-content/uploads/2019/12/59750484_320437511986327_5630204815087763456_n-300x290.jpg)
ଶ୍ରୀକ୍ଷେତ୍ରରୁ ସ୍ମାର୍ଟ ସିଟି । କିଭଳି ଥିଲା , ଆଉ ‘ଫୋନି’ ପରେ କେମିତି ବଦଳିଗଲା ଦୃଶ୍ୟ ଦେଖନ୍ତୁ ...
ଫଅଁ ଫଅଁ ଗର୍ଜନ କରି ଆସିଥିଲା ଆଉ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନରେ ତାଣ୍ଡବ ରଚି ଫେରିଯାଇଥିଲା ବାତ୍ୟା ‘ଫୋନି’ । ହେଲେ ପ୍ରକୃତିର କରାଳ କାୟାରେ ଛାଡ଼ି ଯାଇଥିବା ଅଭୁଲା ଚିହ୍ନକୁ ସହଜରେ ଭୁଲିପାରିବେନି ରାଜ୍ୟବାସୀ । /kanak/media/post_attachments/wp-content/uploads/2019/12/59713331_2333119903376211_6178657982574755840_n-300x300.jpg)
ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକ ଭଳି ଓଡ଼ିଶାର ହାର୍ଟ ସିଟି ଉପରେ ଯେଉଁଭଳି ଫଣା ମେଲାଇ ସବୁକିଛି ଗିଳିଦେଇ ଗଲା ତାହା ଓଡ଼ିଶାବାସୀଙ୍କ ଛାତିକୁ ଦୋହଲାଇ ଦେଇଥିଲା । ତେବେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ବଦଳି ଯାଇଛି ବିଶ୍ୱ ଐତିହ୍ୟସ୍ଥଳୀ ଶୀକ୍ଷେତ୍ର ପୁରୀ ଓ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱରର ପୂରା ଚିତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/SIBANI5.jpg)
/kanak/media/post_attachments/wp-content/uploads/2019/12/60123791_2236378166691141_4108616958608408576_n-300x157.jpg)
/kanak/media/post_attachments/wp-content/uploads/2019/12/59538675_426135468185466_1863085877324939264_n-300x287.jpg)