ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ଫୋନି ! ୫ ଦିନ ହେଲା ପେଟରେ ପଡିନି ଆହାର , ଚୂଡା ଗୁଡକୁ ଆଶ୍ରୟ କରି ବଚିଂଛନ୍ତି ଲୋକେ

112

ଚିଲିକାର ବ୍ରହ୍ମଗିରି ରେମଣା ନୁଆଁଗାଁର ୫୦୦ ଲୋକଙ୍କ ଅଣ୍ଟା ଭାଙ୍ଗିଦେଇଛି ବାତ୍ୟା ଫୋନି । ଚିଲିକା କୂଳରେ ଥିବା ଏହି ଗାଁ ଫୋନି ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଚାଳଛପର ଉଡିଯିବା ସହ କଚ୍ଚାଘର ସବୁ ଭାଙ୍ଗିଯାଇଛି । ୫ ଦିନ ହେଲା ଗ୍ରାମବାସୀଙ୍କ ଘରେ ଜଳିନି ଚୁଲି । ଚୁଡା ଚିନିକୁ ଛାଡିଦେଲେ ଲୋକଙ୍କ ପାଇଁ ସାତସପନ ପାଲଟିଛି ରନ୍ଧାଖାଦ୍ୟ । ବାତ୍ୟା ଫୋନିର ତାଣ୍ଡବରେ ଉଜୁଡି ଯାଇଛି ବର୍ଷଯାକର ସାଇତା ଧାନ ଓ ଚାଉଳ । କୃଷ୍ଣପ୍ରସାଦ କେଉଟକୁଦୀ ଗାଁର ୫୦୦ ଘର ଫୋନି ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଏମିତିକି ଗାଁକୁ କେଉଁ ଗାଡି ଗଲେ ଲୋକ ରିଲିଫ୍ ମିଳୁଥିବା ଭାବି ଜମା ହେଉଛନ୍ତି । ବାତ୍ୟା ଫୋନି ସବୁ କିଛି ଉଜାଡିଦେବା ପରେ ସରକାରଙ୍କ ସହାୟତାକୁ ହାତ ଟେକି ବସିଛନ୍ତି ଲୋକେ ।

ସେପଟେ ରାହା ଖୋଜୁଛି ପୁରୀର ରଘୁରାଜପୁର । ୧୪୦ ପରିବାରଙ୍କୁ ପରିଚୟ ଦେଇଥିବା ରଘୁରାଜପୁରର କୌଳିକ ବୃତ୍ତି କୁ ଛଡାଇ ନେଇଛି ବାତ୍ୟା ଫୋନି । ପଟ୍ଟଚିତ୍ରରେ ବିଶ୍ୱପ୍ରସିଦ୍ଧି ଅର୍ଜନ କରିଥିବା ରଘୁରାଜପୁରର ଲୋକଙ୍କର ଲକ୍ଷାଧିକ ଟଙ୍କାର ପଟ୍ଟଚିତ୍ର ନଷ୍ଟ ହେବା ସହ କଞ୍ଚାମାଲ୍ ମଧ୍ୟ ନଷ୍ଟ ହୋଇଯାଇଛି । ଏବେ ଏହି ଅଞ୍ଚଳରେ ଲୋକେ କରିବେ କ’ଣ ତାହାକୁ ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।