ଜେନେରେଟର ଭରସାରେ ଜୀବନ । ବାତ୍ୟା ଫୋନି ପ୍ରଭାବରେ ଭୁବନେଶ୍ୱରରେ ପାଣି ଓ ବିଜୁଳି ପାଇଁ ଲୋକେ ଡହଳ ବିକଳ ହେଉଥିବାବେଳେ ଝରଣା ସାହି ବସ୍ତିରୁ ଆସିଛି ଅଭାବନୀୟ ଚିତ୍ର । ପାଣି କିମ୍ବା ବିଜୁଳି ପାଇଁ ନୁହେଁ ଘରେ ଥିବା ରୋଗୀଙ୍କ ଜୀବନ ବଂଚାଇବା ପାଇଁ ଲାଗିଛି ଜେନେରେଟର । ଜେନେରେଟର ଚଳାଇ ମିନି ଭେଂଟିଲେଟରକୁ ଚଳାଇ ରଖାଯାଇଛି । ଏହି ଭେଂଟିଲେଟର ସହାୟତାରେ ବହୁ କଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତିି ରୋଗୀ । ଅଧିକ ଖର୍ଚ୍ଚ କରିବାକୁ ଅକ୍ଷମ ଥିବା ଏହି ପରିବାର, କର୍ମ ଖର୍ଚ୍ଚରେ ଘରେ ମିନି ଭେଂଟିଲେଟର ସହାୟତାରେ ରୋଗୀଙ୍କୁ ବଂଚାଇ ରଖିବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

Advertisment

publive-image

ସେହି ଅନୁଯାୟୀ ଘରେ ମିନି ଭେଂଟିଲେଟରର ବ୍ୟବସ୍ଥା କରିଥିଲେ ପରିବାର ଲୋକେ । ହେଲେ ଏହି ସମୟରେ ଦାଉ ସାଜିଲା ବାତ୍ୟା । ଫଳରେ ଭେଂଟିଲେଟର ଚଳାଇ ରଖିବାକୁ ଜେନେରେଟର ଭଡାରେ ଆଣି ଚଳାଇବାକୁ ବାଧ୍ୟ ହୋଇଛନ୍ତି । ଏଥିପାଇଁ ସେହି ପରିବାରକୁ ଘଂଟା ପିଛା ଗଣିବାକୁ ପଡୁଛି ମୋଟା ଅଙ୍କର ଟଙ୍କା ।