କନକ ବ୍ୟୁରୋ: କର୍ଣ୍ଣାଟକ ମାଙ୍ଗାଲୋରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଯେଉଁଠି ନିଶ୍ଚହ୍ନ ହୋଇଯାଇଛି ପୁରା ପରିବାର । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ମାନସିକ ଭାରସାମ୍ୟ ହରାଇଥିଲେ ମହିଳା । ଫଳରେ ସ୍ୱାମୀଙ୍କ ବିୟୋଗକୁ ସହନପାରି ନିଜର ୫୬ ମାସର ଶିଶୁ ପୁତ୍ରକୁ ପ୍ରଥମେ ମାରି ଆତ୍ମହତ୍ୟା କରିଦେଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଗଙ୍ଗାଧର କମ୍ମାରା ମାଙ୍ଗାଲୋରରେ ଜଣେ ଦମକଳ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଶନିବାର ରାତି ପାଖାପାଖି ସାଢେ ୮ଟା ସମୟରେ କୁନ୍ତିକାନା ରାସ୍ତା ପାର ହୋଇଯାଉଥିବାବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବରକୁ ପତ୍ନୀ ଗ୍ରହଣ କରିପାରିନଥିଲେ । ମାନସିକ ଭାରସାମ୍ୟ ହରାଇ ନିଜର ୬ମାସର ପୁଅକୁ ପ୍ରଥମେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ।