କନକ ବ୍ୟୁରୋ : ଆମେ ସମସ୍ତେ ଜାଣିଥାନ୍ତି କି ଶରୀରକୁ ସୁସ୍ଥ ରଖିବାକୁ ହେଲେ ପାଚନ ତନ୍ତ୍ରକୁ ଠିକ୍ ରଖିବା ନିହାତି ଜରୁରୀ । କିଛି ଲୋକ କେବଳ ପଟେ ପୁରିବା ପାଇଁ ଖାଦ୍ୟ ଖାଇଥାନ୍ତି ଫଳରେ ସେମାନଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ଏହାବି ପାଚନତନ୍ତ୍ର ଠିକରେ କାମ ନକରିବାର ଏକ ମୁଖ୍ୟ କାରଣ ହୋଇପାରେ । ଫଳରେ ଅନେକ ସମୟରେ ପେଟରେ ବଥା ହେବା, ଅମ୍ଳ ହେବା, ଗ୍ୟାସ, ଗଳା ପୋଡିବା ଭଳି ସମସ୍ୟା ଦେଖା ଦେଇଥାଏ । ଯଦି ଏଭଳି ସମସ୍ୟାରୁ ଆପଣ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ୪ ଟି ପରାମର୍ଶ ଦେଉଛୁ ।
ଆପଣ ଆପଣଙ୍କ ପାଚନତନ୍ତ୍ରକୁ ଠିକ ରଖିବାକୁ ଚାହୁଁଥିଲେ ସର୍ବଦା ସଜ ଖାଦ୍ୟ ଖାଇବା ଦରକାର । ସଜ ଖାଦ୍ୟ ଖୁବଶୀଘ୍ର ହଜମ ହୋଇଥାଏ । ଅନେକ ସମୟରେ ଦେଖିବାକୁ ମିଳେ ଅନେକ ଲୋକ କିଛିଦିନ ତଳେ ଫ୍ରିଜରେ ରଖିଥିବା ଖାଦ୍ୟ ଖାଇଥାନ୍ତି । ଏହା ପାଚନ ହେବାରେ ସମସ୍ୟା ସୃଷ୍ଟି କରିଥାଏ । ଆପଣ ସର୍ବଦା ଚେଷ୍ଟା କରନ୍ତୁ କି ଫ୍ରିଜରେ ଥିବା ଖାଦ୍ୟକୁ ଖାଇବା ପୂର୍ବରୁ ଗରମ କରିବାକୁ ଯେଭଳି ନଭୁଲନ୍ତି ।
କିଛି ଡାକ୍ତରଙ୍କ ପରାମର୍ଶରେ ଲୋକମାନେ ଭୋକ ନଲାଗିବା ଯାଏଁ ଖାଇନଥାନ୍ତି । ହେଲେ ଆପଣ ନିଜର ଖାଦ୍ୟ ଓ ପାନୀୟକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଫଳରେ ଆପଣଙ୍କୁ କିଛି ଦିନପରେ ଏକ ନିର୍ଦ୍ଧିଷ୍ଟ ସମୟରେ ଭୋକ ଲାଗିବା ଆରମ୍ଭ କରିବ । ଏହାସହ ଆପଣ ପ୍ରତିଟି ଖାଇବା ସମୟରେ ଚେଷ୍ଟା କରନ୍ତୁ କି ଯେଭଳି ସବୁଜ ପନିପରିବା ଖାଇ ପାରିବେ । କେବଳ ସେତିକି ନୁହେଁ ଦୈନିକ ଆପଣ କିଛି ନା କିଛି ଫଳ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ ।
ଏବେ ସମୟରେ ମଣିଷଙ୍କ ପାଖରେ ସମୟର ଘୋର ଅଭାବ ରହିଛି । ତେଣୁ ଲୋକମାନେ ଶୀଘ୍ର ଖାଇବା ଆଳରେ ଖାଦ୍ୟକୁ ଠିକ ଭାବେ ଚୋବାଇ ଖାଇନଥାନ୍ତି । ଏହା ବି ବଦହଜମର ଏକ ମୁଖ୍ୟ କାରଣ । ସର୍ବଦା ଚେଷ୍ଟା କରନ୍ତୁ ଧିରେ ଧିରେ ଖାଦ୍ୟାକୁ ଚୋବାଇ ଖାଇବାକୁ । ଏହାଫଳରେ ଆପଣ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ ।
ଅନ୍ୟପଟେ ହଜମ ଶକ୍ତି ବୃଦ୍ଧି କରିବାରେ ପାନୀୟ ଜଳ ବି ଏକ ବଡ ଭୂମିକା ନିର୍ବାହ କରିଥାଏ । ଜଣେ ସୁସ୍ଥ ଲୋକ ଦୈନିକ ୪-୫ ଲିଟର ପାଣି ପିଇବା ନିହାତି ଆବଶ୍ୟକ । ଶରୀରରେ ପାଣିର ଅଭାବ ହେଲେ ବଦହଜମୀ ହୋଇଥାଏ । ଏହାସହ ଅମ୍ଳ ଓ ମୁଣ୍ଡ ବ୍ୟଥାର ଏକ ପ୍ରମୁଖ କାରଣ ହେଉଛି ଶରୀରରେ ପାଣିର ଅଭାବ ।