କନକ ବ୍ୟୁରୋ : ବସ୍ତା ଆଳୁମେଦାବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି ଡ଼ୁବଡ଼ୁବୀ ନଦୀ । ନଦୀ ଉପରେ ପୋଲ ନଥିବାରୁ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶୀ ଡ଼ଙ୍ଗାରେ ଦଉଡ଼ି ସାହାଯ୍ୟରେ ଯାତାୟାତ କରୁଛନ୍ତି ଲୋକେ । ୪ ବର୍ଷ ହେଲା ବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ରହିଛି । ତେଣୁ ଖୁବ୍ ଶିଘ୍ର ବ୍ରିଜ୍ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Advertisment

ଡୁବଡୁବୀ ନଦୀରେ ବିପଦପୂର୍ଣ୍ଣ ନୌକାଯାତ୍ରା । ଦେଶୀ ଡ଼ଙ୍ଗାରେ ଦୌଡ଼ି ସାହାଯ୍ୟରେ ଚାଲିଛି ଡ଼ଙ୍ଗା । ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଓ ବାଲିଆପଳ ବ୍ଲକ ମଧ୍ୟ ଦେଇ ପ୍ରବାହିତ ହୋଇଥିବା ଡୁବଡୁବି ନଦୀର । ନଦୀଟି ବେଶି ବଡ଼ ହୋଇନଥିଲେ ମଧ୍ୟ ଏହାର ଗଭୀରତା ବେଶ ଅଧିକ ରହିଛି । ଲୋକଙ୍କ ଯାତାୟତ ପାଇଁ ଏହି ନଦୀ ବାଧକ ସାଜୁଥିବାରୁ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା ।

ଲୋକଙ୍କ ଦାବି ଶୁଣି ସରକାର ୨୦୧୮ ମସିହାରେ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ସେତୁ ନିର୍ମାଣ ପାଇଁ ୧୮ ମାସ ଅବଧି ଥିଲେ ମଧ୍ୟ ୪ ବର୍ଷ ପରେ ବି ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ନିର୍ମାଣ କାର୍ଯ୍ୟ । ପୋଲ ନିର୍ମାଣ ଶେଷ ହେଉ ନଥିବାରୁ ଲୋକେ ଦେଶୀ ଡଙ୍ଗାକୁ ଭରଷା କରୁଛନ୍ତି । ତେଣୁ ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନଦୀଟି ଗଭୀର ଓ ଜୁଆରିଆ ହୋଇଥିବାରୁ ଜୁଆର ସମୟରେ ଡଙ୍ଗା ଚଳାଇବା କଷ୍ଟକର ହୋଇଥାଏ । ଡଙ୍ଗାଟି ଦୌଡି ସାହାଯ୍ୟରେ ଚାଲୁଥିବାରୁ ରାତିରେ ଡଙ୍ଗା ଚଳାଚଳ ବନ୍ଦ ରହିଥାଏ । ତେଣୁ ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ ହୋଇଥାନ୍ତି । ଏହି ନଦୀ ଉପରେ ପାଖାପାଖି ୨୦ ହଜାର ଲୋକେ ନିର୍ଭର କରୁଥିବା ବେଳେ ସେତୁ ନିର୍ମାଣ ହେଲେ ଯାତାୟତ ପାଇଁ ୧୦ ରୁ ୧୫ କିଲୋମିଟର ରାସ୍ତା କମ ହୋଇଯିବ । ସେପଟେ ବିଭାଗୀୟ ଅଧୀକାରୀ କୁହନ୍ତି ନଦୀଟି ଜୁଆରିଆ ହୋଇଥିବାରୁ ବାରମ୍ବାର ଡିଜାଇନ ଚେଞ୍ଜ ହେଉଛି । ସେଥିପାଇଁ ନିର୍ମାଣ କାମ ଡ଼େରି ହେଉଛି । ଆଗାମୀ ବର୍ଷା ଦିନ ପୂର୍ବରୁ ସେତୁକାମ ଶେଷ ହେବ ବୋଲି କହିଛନ୍ତି ସଦର ବିଧାୟକ ସ୍ୱରୁପ ଦାସ ।

ଡୁବଡୁବି ନଦୀ ଉପରେ ପୋଲ ନଥିବାରୁ ସଦର ବ୍ଲକ ଏବଂ ବାଲିଆପଳ ବ୍ଲକର ପାଖାପାଖି ୯ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ନଦୀରେ ପୋଲ ନିର୍ମାଣ କାମ ସାରିବାକୁ ସାଧାରଣରେ ଦାବି ହୋଇଛି ।