କନକ ବ୍ୟୁରୋ : ଘନ କୁହୁଡି ବଳୟରେ ଉପକୂଳ ଓଡିଶା । କୁହୁଡି ଯୋଗୁଁ ଦେଖାଯାଉନି ମୁହଁକୁ ମୁହଁ । ମାତ୍ର ଅଳ୍ପ କିଛି ଦୂରରୁ କିଛି ଦେଖାଯାଉନି । ଫଳରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଲୋକମାନେ ରାସ୍ତାରେ ଯିବା ବେଳେ ଲାଇଟ୍ ଜାଳି ଯିବା ଆସିବା କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି ।
ସେହିପରି କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ଭଳି ଜିଲ୍ଲାରେ ବି ପ୍ରବଳ କୁହୁଡି ପଡିଛି । କେବଳ ଓଡିଶାରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । ଶହେ ମିଟରରୁ କମ ଭିଜିବିଲିଟି ରହିବାରୁ ଆଜି ଦେଶର ୪୬୦ ଟି ଟ୍ରେନ୍ ବାତିଲ କରାଯାଇଥିବା ସୂଚନା ମିଳିଛି । ସେହିପରି ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/KUHUDI-2.jpg)