କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସ୍ଥିତି ସାଂଘାତିକ ହୋଇଯାଉଛି । ଏପରିକି କିଛି ସ୍ଥାନରେ ଦିନ ଅଧା ହେଲା ପରେ ବି କୁହୁଡ଼ି ରହୁଛି । ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ପଡିବ । ତେବେ ୨୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Advertisment
  • କୁହୁଡ଼ି କରୁଛି କଲବଲ
  • ମଧ୍ୟାହ୍ନ ପର୍ଯ୍ୟନ୍ତ ରହୁଛି କୁହୁଡ଼ି

ରାଜ୍ୟରେ ବିଭିନ୍ନ ସହରରେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଭୁବନେଶ୍ୱରରେ ୧୦୦ ମିଟର ଦୂରକୁ ଦେଖିବା ମୁସ୍କିଲ ହେଇଯାଇଛି । ସେହିପରି କଟକରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ଖୋର୍ଦ୍ଧା ଓ ଢେଙ୍କାନାଳରେ ଦୃଶ୍ୟମାନ ଦୂରତା ୨୦ ମିଟରକୁ ଖସି ଆସିଛି । ତେବେ ପାଣିପାଗ ବିଜ୍ଞାନୀଙ୍କ କହିବା କଥା....

  • ଗୁରୁଚାପ ବଳୟ ସକ୍ରିୟ ରହିଛି
  • ବାୟୁମଣ୍ଡଳରେ ବାୟୁ ଚଳାଚଳ ହେଉନାହିଁ
  • ଉଚ୍ଚ ଆଦ୍ରତା ଓ ନିର୍ମଳ ଆକାଶ ଯୋଗୁଁ ହେଉଛି ଘନ କୁହୁଡ଼ି
  • ୧୨ ତାରିଖ ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ି
  • ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।