ରାଜ୍ୟରେ ଆଜିବି ଲାଗି ରହିଛି ଘନକୁହୁଡି ! ୟେଲୋ ସତର୍କ ଜାରି ସେପଟେ ଆଭ୍ୟନ୍ତରୀଣ ଓଡିଶାରେ ୨୬ରୁ ବର୍ଷା ସମ୍ଭାବନା

Advertisment
ଆଜି ଠାରୁ ରାଜ୍ୟରେ ପାଗରେ ପରିବର୍ତନ ସମ୍ଭାବନା । ଆସନ୍ତା ୩ ଦିନ ଧରି ଥରାଇବ ଥଣ୍ଡା : ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା

କନକ ବ୍ୟୁରୋ : କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋକେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି ନାହିଁ ଜାଣିପାରୁ ନାହାନ୍ତି। ସକାଳ ୯ଟା ପର୍ଯ୍ୟନ୍ତ ବାଟଘାଟ କିଛି ଦେଖାଯାଉନି। ୪ ଦିନ ହେଲା ଘନ କୁହୁଡ଼ି ପ୍ରଭାବରେ ଏଭଳି କଲବଲ ହେଉଛନ୍ତି ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଲୋକେ। ଆଗକୁ ଆହୁରି କଲବଲ କରିବ କୁହୁଡ଼ି। ୨୫ ତାରିଖ ଭୋର ପର୍ଯ୍ୟନ୍ତ ଲୋକଙ୍କୁ ନିସ୍ତାର ମିଳିବ ନାହିଁ।

publive-imageଗତକାଲି ୯ଟି ଜିଲ୍ଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି ହୋଇଥିଲା। ଆଜି ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ଖୋର୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୨୬ ଓ ୨୭ ତାରିଖରେ ସାମାନ୍ୟ ପରିବର୍ତନ ହେବ। ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ବି ରହିଛି।

publive-imageସେପଟେ ଘନ କୁହୁଡ଼ି ଲାଗିରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ୟେଲୋ ସତର୍କ ସୂଚନା(ସ୍ଥିତି ଉପରେ ଦୃଷ୍ଟି ରଖିବା) ଜାରି ହୋଇଛି। ୨୨ ଓ ୨୩ ତାରିଖ ଦୁଇ ଦିନ ଓଡ଼ିଶା ପାଇଁ ଏହି ସୂଚନା ଦିଆଯାଇଛି। ୨୪ ତାରିଖରେ ଛତିଶଗଡ଼ରେ କୁହୁଡ଼ିର ମାତ୍ରା ଅଧିକ ରହୁଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ। ତେଣୁ ସେଥିପ୍ରତି ମଧ୍ୟ ସଜାଗ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe