ଆୟକରକୁ ନେଇ ଆସିଲା ବଡ ଖବର । ଜାଣନ୍ତୁ, କେତେ ଟଙ୍କା ଆୟରେ ଦେବାକୁ ପଡିବ କେତେ ଟ୍ୟାକ୍ସ?

Advertisment
ଆୟକରକୁ ନେଇ ଆସିଲା ବଡ ଖବର । ଜାଣନ୍ତୁ, କେତେ ଟଙ୍କା ଆୟରେ ଦେବାକୁ ପଡିବ କେତେ ଟ୍ୟାକ୍ସ?

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ଆୟକର ସ୍ଲାବକୁ ନେଇ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ ଷ୍ଟାଣ୍ଟାର୍ଡ ଡିଡକସନ୍ ସୀମାକୁ ୫୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରିଥିବାବେଳେ, ଏହି ବ୍ୟବସ୍ଥାରେ ୩ ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ସେହିପରି ୩ରୁ ୭ ଲକ୍ଷ ଆୟରେ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଏଥିସହ ୭ରୁ ୧୦ ଲକ୍ଷ ଆୟରେ ୧୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଅନ୍ୟପଟେ ୧୦ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ, ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ତେବେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe