ହିସାବ କିତାବ ୨୦୨୩-୨୪ : କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ; ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା

221

କନକ ବ୍ୟୁରୋ : ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟ ପୂର୍ବ ବଜେଟର ମୂଳଦୂଆକୁ ଭିତ୍ତି କରି ହୋଇଛି । ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇଛି ।

କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ । ଏଥି ସହିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯିବ । ଗ୍ରୀନ୍ ଗ୍ରୋଥ ବଜେଟର ପ୍ରଥମ ପ୍ରାଥମିକତା । ପନିପରିବା ଚାଷ ପାଇଁ ବଜେଟରେ ୨୨୦୦ କୋଟି । ଦେଶରେ କେହି ଯେପରି ଭୋକରେ ଶୋଇବେନି । ମାଗଣା ଚାଉଳ ଯୋଗାଇ ଦେବା ପାଇଁ ବଜେଟରେ ୨ ଲକ୍ଷ କୋଟିର ଘୋଷଣା କରାଯାଇଛି । ଏମଏସପି ବୃଦ୍ଧି ଦ୍ୱାରା ଚାଷୀଙ୍କ ଲାଭ ମିଳିଛି । କିଷାନ କ୍ରେଡିଟ୍ ଦ୍ୱାରା ଚାଷୀଙ୍କୁ ଲାଭ ମିଳିଛି । ୫୪ ହଜାର କୋଟି ମହିଳା ଚାଷୀଙ୍କୁ ମିଳିଛି । କୃଷି ଷ୍ଟାର୍ଟଅପ୍ ଖୋଲିବାକୁ ଏଏଏଫ୍ ଗଠନ ହେବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଫାର୍ମିର୍ଂ ପାଇଁ ୧୦ ହଜାର ବାୟୋ ଇନର୍ଫ ସେଣ୍ଟର ସ୍ଥାପନ ହେବ ।