କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ବ୍ୟାଙ୍କ ସହ ଆର୍ଥିକ କାରବାର କରୁଥିବା ସଂସ୍ଥାମାନଙ୍କୁ ଏକ ନୂଆ ଆଦେଶ ଦେଇଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ଆଦେଶରେ କହିଛନ୍ତି କି ସେ ବୀମା ଗ୍ରାହକ ହୁଅନ୍ତୁ ବା ବ୍ୟାଙ୍କର ଖାତାଧାରକ, ସମସ୍ତେ ଯେଭଳି ଭାବେ ସେମାନଙ୍କର ଉତରାଧିକାରୀ ନାମିତ କରିବେ ତାହା ଉପରେ ଆର୍ଥିକ କାରବାର କରୁଥିବା ସଂସ୍ଥାମାନେ ନଜର ରଖିବା ନିହାତି ଜରୁରୀ । ଏହାଦ୍ୱାରା ଭବିଷ୍ୟତରେ ମୁଖ୍ୟ ଗ୍ରାହକର କିଛି ଅସୁବିଧା ହେଲେ ଉତରାଧିକାରୀ ଜମା ବ ବୀମାରାଶି ଫେରସ୍ତ ପାଇବାରେ ସୁବିଧା ହେବ । କିଛିଦିନ ତଳେ ଦାବିଦାର ନଥିବା ହଜାର ହଜାର କୋଟି ଟଙ୍କା ଜମା ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଦାବିଦାରଙ୍କ ପାଇଁ ଏକ ପୋର୍ଟାଲ ଲଂଚ କରିବା ପରେ ଅର୍ଥମନ୍ତ୍ରଣାଳୟ ତରଫରୁ ଏଭଳି ଆଦେଶ ଜାରି କରାଯାଇଛି ।

Advertisment

ଗ୍ଲୋବାଲ ଫିନଟେକ ଫେଷ୍ଟରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଛନ୍ତି କି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ହେଉ କି ଅନ୍ୟ ଆଥିର୍କ କାରବାର କରୁଥିବା ସଂସ୍ଥା, ଏଭଳି କି ସେୟାର ମାର୍କେଟ, ମ୍ୟୁଚାଲ ଫଣ୍ଡ କମ୍ପାନୀମାନେ ଏହା ଧ୍ୟାନ ରଖିବା ଜରୁରୀ କି ଗ୍ରାହକ ଯେଭଳି ଭାବେ ତାର ଉତରାଧିକାରୀ ନାମିତ କରିବେ ।

ଏକ ରିପୋର୍ଟ ମୁତାବକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ୩୫ ହଜାର କୋଟି ଟଙ୍କା ଏଭଳି ପଡି ରହିଛି କି ଯାହାର କୌଣସି ଦାବିଦାର ନାହାଁନ୍ତି । ଯଦି ବ୍ୟାଙ୍କ ସହ ଅର୍ଥିକ କାରବାର କରୁଥିବା ଅନ୍ୟ ସଂସ୍ଥାମାନଙ୍କୁ ହିସାବକୁ ନିଆଯିବ ତେବେ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ପଡି ରହିଛି ଯାହାର କୌଣସି ଦାବିଦାର ନାହାଁନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି, ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ୟୁଡିଜିଏମ ନାମରେ ଏକ ପୋର୍ଟାଲ ଲଂଚ କରାଯାଇଛି ।