ମୋଦି ସରକାରଙ୍କ ନ୍ୟାସନାଲ ଟ୍ରାନ୍ସପୋର୍ଟ କାର୍ଡ । ଜାଣନ୍ତୁ ଯାତ୍ରୀଙ୍କୁ ମିଳିବ କି ପ୍ରକାରର ସୁବିଧା

688

କନକ ବ୍ୟୁରୋ: ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ ନିକଟରେ ଉପସ୍ଥାପନା ହୋଇସାରିଛି । ଯାହାକୁ ଉପସ୍ଥାପନ କରିଥିଲେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଜନତାଙ୍କ ହୀତ ପାଇଁ ଅନେକ ସୁବିଧାଜନକ ନୀତି ଏବଂ ନିୟମ ଚଳିତ ବଜେଟରେ ଉପସ୍ଥାପିତ କରାଯାଇଛି ।

ଯେଉଁଥିରେ ଦେଶର ସବୁ ବର୍ଗର ଲୋକଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହୋଇପାରେ । ତେବେ ଏହି ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ଟ୍ରାନ୍ସପୋର୍ଟ କାର୍ଡ ତଥା ଏନଟିସି ଜାରି କରିୁବାକୁ ଘୋଷଣା କରିଛନ୍ତି । ଯାହାର ବ୍ୟବହାର ସାରା ଭାରତରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ବ୍ୟବହାର କରିପାରିବେ । ଏହି କାର୍ଡର ବ୍ୟବହାର ବସ, ରେଳ ଏବଂ ପାର୍କିଂ ଭଡା ନିମନ୍ତେ ମଧ୍ୟ ଲୋକେ ବ୍ୟବହାର କରିପାରିବେ ।

ଏନଟିସିକୁ ରୂପେ କାର୍ଡ ଜରିଆରେ ଏକ୍ସେସ କରାଯିବ । ନ୍ୟାସନାଲ ଟ୍ରାନ୍ସପୋର୍ଟ କାର୍ଡରେ ଏମଆରଓ ଅର୍ଥାତ୍ ମାନୁଫ୍ୟାକ୍ଚରିଂ, ରିପାୟର ଏବଂ ଅପରେଟ ଭଳି ସୁବିଧା ଯୋଗାଇ ଦିଆଯିବା କଥା ମଧ୍ୟ କୁହାଯାଇଛି । ଏଥିରେ ମାନୁଫ୍ୟାକ୍ଚରିଂ , ରିପାୟରିଂ ଏବଂ ଅପରେଟର ଫର୍ମୁଲା ଲାଗୁ କରାଯିବ । ତେବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ଯାତାୟତକୁ ସୁଗମ କରିବା ନିମନ୍ତେ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା ଆଣିବାକୁ ନିଷ୍ପତି ନେଇଛନ୍ତି ।